Latest Odisha News

ବୟସ ନିର୍ଣ୍ଣୟ ପାଇଁ ବୈଧ ଦସ୍ତାବିଜ୍ ନୁହେଁ ଆଧାର…

ନୂଆଦିଲ୍ଲୀ: ବୟସ ନିର୍ଣ୍ଣୟ କରିବା ପାଇଁ ଆଧାର କାର୍ଡ ଏକ ବୈଧ ଡକ୍ୟୁମେଣ୍ଟ ବା ଦସ୍ତାବିଜ୍ ନୁହେଁ। ଜଣେ ବ୍ୟକ୍ତିର ବୟସ କେତେ ତାହା ଆଧାର ସ୍ଫଷ୍ଟ କରେନାହିଁ। ଗୁରୁବାର ପଞ୍ଜାବ- ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି କିଛି ଏପରି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ସଂଜୟ କରୋଲ ଏବଂ ଜଷ୍ଟିସ ଭୂଆଁଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି କହିଛନ୍ତି, ଆଧାର କାର୍ଡକୁ ଆଧାର କରି କୌଣସି ବ୍ୟକ୍ତିର ବୟସ ନିର୍ଣ୍ଣୟ କରାଯାଇପାରିବ ନାହିଁ। ସ୍କୁଲ ଛାଡ଼ିଥିବା ପ୍ରମାଣ ପତ୍ର ତଥା ଏସଏଲସି ବା ସ୍କୁଲ ଲିଭିଂ ସାର୍ଟିଫିକେଟ ଉଲ୍ଲେଖ ଥିବା ଜନ୍ମ ତାରିଖ ହିଁ ପ୍ରଯୁଜ୍ୟ ବୋଲି କହିଛି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହିତ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ଏହାର ସର୍କୁଲାର ନମ୍ବର ୮/୨୦୧୩ ରେ ଏହା ସ୍ଫଷ୍ଟ ଭାବେ କହିଛି ଯେ, ଆଧାର କାର୍ଡ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରିବ, କିନ୍ତୁ ଏହା ଜନ୍ମ ତାରିଖର ପ୍ରମାଣ ନୁହେଁ ବୋଲି କୋର୍ଟ କହିଛନ୍ତି।

ତେବେ ୨୦୧୫ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଦ୍ଵାରା ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୃତକ ଜଣକଙ୍କର ବୟସ ନିର୍ଣ୍ଣୟ କରିବା ପାଇଁ ପଞ୍ଜାବ ଏବଂ ହରିୟଣା ହାଇକୋର୍ଟ ଆଧାର କାର୍ଡ ଅନୁଯାୟୀ ଜନ୍ମ ତାରିଖ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା କି ହାଇକୋର୍ଟ ଆଧାର କାର୍ଡ ଆଧାରରେ ମୃତକଙ୍କ ବୟସ ନିର୍ଦ୍ଧାରଣ କରିବାରେ ତ୍ରୁଟି କରିଛନ୍ତି।

Comments are closed.