Latest Odisha News

‘ରତନ ଟାଟା’ ଏକ ଏମିତି ମଣିଷ: ଭାଇ ତ ଭାଇ ନିଜ ରୋଷେୟା ଏବଂ କୁକୁର ନାଁରେ ରଖିଯାଇଛନ୍ତି କୋଟି କୋଟି ସମ୍ପତି

ମୁମ୍ବାଇ: ମନେ ପଡୁଛନ୍ତି ରତନ ଟାଟା। ଏକ ଏମିତି ମଣିଷ ଯିଏ ବେଜୁବାନଙ୍କ କଥା ବି ବୁଝିପାରୁଥିଲେ। ଭାରତର ଅର୍ଥନୀତିକୁ ଶୀର୍ଷରେ ରଖି ଆଜି ସମସ୍ତଙ୍କୁ ସେ ଛାଡ଼ି ଚାଲିଯାଇଛନ୍ତି। ଆଜି ତାଙ୍କ କଥା ଭାବିଲା ବେଳକୁ ପୁରା ଭାରତର ଅଶ୍ରୁ ଝରୁଛି। ଭାରତ ରତ୍ନ ପାଇନଥିଲେ ସତ ହେଲେ ପଦ୍ମ ପୁରସ୍କୃତ ରତନ ଟାଟା ବାସ୍ତବରେ ଦେଶର ରତ୍ନ ଥିଲେ। ତାଙ୍କର ବିୟୋଗ ପୁରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି।

ତାଙ୍କର କାର୍ଯ୍ୟ, ତାଙ୍କର ବ୍ୟକ୍ତିତ୍ଵ, ମଣିଷପଣିଆର ନିଦର୍ଶନ କଥା କହିଲେ ରାତି ପାହିଯିବ, ହେଲେ ତାଙ୍କ ଗାଥା ସରିବନି। ହେଲେ ସେ ଏମିତି ଏକ କାର୍ଯ୍ୟ କରିଯାଇଛନ୍ତି, ଯାହା ମୃତ୍ୟୁ ପରେ ବି ଟାଟାଙ୍କ ମହନୀୟତାର ନିଦର୍ଶନକୁ ପୁଣି ଜୀବିତ କରିଛି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଟାଟା ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର କିଛି ଅଂଶ ତାଙ୍କ ରୋଷେୟା ଏବଂ ତାଙ୍କ ପୋଷା କୁକୁର ନାଁରେ କରିଯାଇଛନ୍ତି।

ତେବେ ଟାଟାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଭାଇ ଜିମି ଟାଟା, ଟାଟା ଗ୍ରୁପର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଯାହା ପୂର୍ବରୁ ହିଁ ତାଙ୍କ ୱିଲ ପେପରରେ ଲେଖିଯାଇଥିଲେ ଟାଟା। ପାଖାପାଖି ୧୦ ହଜାର କୋଟିରୁ ଅଧିକ ସମ୍ପତ୍ତିକୁ ସେ ତାଙ୍କର ପରିବାର, ଭାଇଭଉଣୀ, ତାଙ୍କ ରୋଷେୟା ଏବଂ ତାଙ୍କର ପୋଷା କୁକୁର ଟିଟୋ ନାଁରେ ରଖିଯାଇଛନ୍ତି। ଟାଟା ତାଙ୍କ ୱିଲ୍ ବା ଇଚ୍ଛାପତ୍ରରେ ତାଙ୍କ ଭାଇଭଉଣୀଙ୍କ ସମେତ ତାଙ୍କ ପୋଷା କୁକୁର ଟିଟୋର ଦେଖ ରେଖ ପାଇଁ ନିଜ ସେୟାରର କିଛି ଅଂଶ ରଖିଥିବା ବେଳେ ତାଙ୍କ ଘରର ମୁଖ୍ୟ ରୋଷେୟା ସୁବିଆ ଏବଂ କାର୍ଯ୍ୟନିର୍ବାହୀ ସହାୟକ ଶାନ୍ତନୁ ନାଇଡୁଙ୍କ ନାଁରେ ମଧ୍ୟ କିଛି ଅଂଶ ଲେଖିଯାଇଛନ୍ତି। ଏଥିସହିତ ଟିଟୋର ଦେଖା ରେଖା କରୁଥିବା କେୟାର ଟେକର ତଥା ରୋଷେୟା ରଞ୍ଜନ ସଅ ନାଁରେ ମଧ୍ୟ ସମ୍ପତ୍ତିର କିଛି ଅଂଶ ଲେଖିଯାଇଛନ୍ତି ଟାଟା।

ତେବେ ୮୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ କାରଣରୁ ଅକ୍ଟୋବର ୯ରେ ରତନ ଟାଟାଙ୍କ ନିଧନ ହୋଇଥିଲା।

Leave A Reply

Your email address will not be published.