Latest Odisha News

BREAKING NEWS

ଆଜି ରାତି ସୁଦ୍ଧା ୯୦% ଘରକୁ ବିଦ୍ୟୁତ ସରବରାହ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ DISCOM ଗୁଡ଼ିକ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସବୁ ପୁନଃରୁଦ୍ଧାର କାର୍ଯ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତରେ କରାଯାଇଛି। ଆଜି ଅପରାହ୍ନ ୨ ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ୱରାନ୍ୱିତ ହୋଇପାରିଛି। ଆଜି ସନ୍ଧ୍ୟା ସୁଦ୍ଧା ୯୦% ଘରକୁ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ହେବ ଏବଂ ରାତି ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସମାପନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟାରେ ପ୍ରଭାବିତ ହୋଇଥିବା ୧୦୬ ଟି ୩୩ କେଭି  ଫିଡରରୁ ୭୨ ଟି ପୁନଃ କାର୍ଯ୍ୟକ୍ଷମ ହୋଇସାରିଛି । ପ୍ରଭାବିତ ହୋଇଥିବା ୨୦୧ଟି ପ୍ରାଥମିକ ସବ୍ ଷ୍ଟେସନ ମଧ୍ୟରୁ ୧୧୬ଟି ସବଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି । ସେହିପରି ବାତ୍ୟାରେ ପ୍ରଭାବିତ ହୋଇଥିବା ୯୦୯ଟି ୧୧ କେଭି  ଫିଡରରୁ ୫୦୪ ଗୋଟି ଫିଡର ପୁନଃ କାର୍ଯ୍ୟକ୍ଷମ ହୋଇଛି । ତଦନୁସାରେ ୮୦,୧୩୫ ଟି ଡ଼ିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ମଧ୍ୟରୁ ୩୯୯୦୩ ଗୋଟି ପୁନଃ କାର୍ଯ୍ୟକ୍ଷମ ହୋଇଛି । ପ୍ରାୟ ୧୧.୪ ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ହୋଇପାରିଛି।  ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପୁନଃରୁଦ୍ଧାର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ କର୍ମଚାରୀ ଓ ଜନସାଧାରଣଙ୍କ ମନୋବଳ ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.