Latest Odisha News

ବଞ୍ଚେଇ ଦେଲା ହେନ୍ତାଳ ବଣ

କେନ୍ଦ୍ରାପଡା: ବଡ଼ ବାତ୍ୟା ଏଡାଇଲା ହେନ୍ତାଳ ବଣ । ହେନ୍ତାଳ ଗଛ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି। କିଛି ଏମିତି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ତେବେ ବାତ୍ୟା ଦାନା ଭୀଷଣ ରୂପ ନେଇଆସୁଥିବା ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଭିତରକନିକା ହବାଳିଖଟିରେ ମାଡ଼ ହେବ ପରେ ସେହି ଅଞ୍ଚଳ ମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଭିତରକନିକାରେ ଥିବା ହେନ୍ତାଳ ବଣ ସୁରକ୍ଷା କବଚ ସାଜି ଯେମିତି ବାତ୍ୟା କବଳରୁ ଆମକୁ ଘୋଡାଇ ରଖିଥିଲା ବୋଲି କହିଛନ୍ତି ପିସିସିଏଫ।

ବାତ୍ୟା ଦାନା ଭିତରକନିକା ଅଞ୍ଚଳରେ ମାଡ଼ ହେବ ଆମ ପାଇଁ ଆଶୀର୍ବାଦ ସଦୃଶ। ହେନ୍ତାଳ ବଣ କାରଣରୁ ତାକୁ ଅଧିକ ବଳ ହିଁ ମିଳିନଥିଲା। ଯେଉଁ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନର ବିଶେଷ କ୍ଷୟକ୍ଷତି ହୋଇନାହିଁ। ଜୀବଜନ୍ତୁ ସୁରକ୍ଷିତ ଅଛନ୍ତି। କୋର୍ ଏରିଆରେ କୁମ୍ଭୀର ମାନେ ମଧ୍ୟ ସୁରକ୍ଷିତ ରହିଛନ୍ତି। ହରିଣମାନେ ମଧ୍ୟ ବାତ୍ୟା ସମୟରେ ଉଚ୍ଚ ସ୍ଥାନକୁ ପାଲେଇଥିବାରୁ ସେମାନେ ମଧ୍ୟ ସୁରକ୍ଷିତ ଅଛନ୍ତି । ଭିତରକନିକାରେ ହେନ୍ତାଳ ଗଛ ପାଇଁ ବାତ୍ୟା ବିପଦ ଅନେକାଂଶ ରେ କମିଥିବା କହିବା ସହିତ ଆହୁରି ଅଧିକ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକ ରହିଛି ବୋଲି ମତ ଦେଇଛନ୍ତି ପିସିସିଏଫ୍।

Leave A Reply

Your email address will not be published.