Latest Odisha News

ଓଡି଼ଶାର ୬ ଜିଲ୍ଲାରେ ବନ୍ଦ ରହିଛି ବିଦ୍ୟାଳୟ

ଭୁବନେଶ୍ୱର: ବାତ୍ୟା ‘ଦାନା’ ଯୋଗୁ ରାଜ୍ଯର ୬ଟି ଜିଲ୍ଲାରେ ବିଦ୍ୟାଳୟ ଛୁଟିକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ପ୍ରଶାସନ।

ଖରାପ ପାଗ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ଏବଂ କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଦିନସାରା ବନ୍ଦ ରହିବ। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଶୁକ୍ରବାର ଦିନ ସ୍କୁଲ ବନ୍ଦ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ ଶନିବାର ଦିନ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବା ନେଇ ବୋଲି ଯାଜପୁର ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

ଅପରପକ୍ଷରେ ମୟୂରଭଞ୍ଜରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।

ସୂତ୍ରରୁ ପ୍ରକାଶ ଯେ ବର୍ଷା ଜାରି ରହିଥିବାରୁ କେନ୍ଦୁଝର ଏବଂ କେନ୍ଦ୍ରାପଡା ଜିଲ୍ଲାର ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଅଧିକାଂଶ ବିଦ୍ୟାଳୟ ଆଶ୍ରୟ ଗୃହ ଏବଂ ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ରହୁଥିବାରୁ ଜିଲ୍ଲାପାଳ ମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ସେହିପରି ବାତ୍ଯା ଦ୍ୱାରା ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କରେ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ବିଦ୍ୟାଳୟ ବ୍ୟତୀତ କଲେଜଗୁଡ଼ିକ ପାଇଁ ମଧ୍ୟ ବାଲେଶ୍ବର ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ତେବେ ଅନ୍ୟ ଚାରିଟି ଜିଲ୍ଲାର କଲେଜଗୁଡ଼ିକ ଖୋଲା ରହିବ।

Leave A Reply

Your email address will not be published.