Latest Odisha News

ଏଥର ଧନତେରାସରେ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ…. ରୋଷ କରିବେ ମା’ ଲକ୍ଷ୍ମୀ

ଭୁବନେଶ୍ୱର: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ,ସାଗର ମନ୍ଥନ ବେଳେ ଧନ୍ବନ୍ତରୀ ଦେବ ହାତରେ କଳସ ଧରି ଆବିର୍ଭୁତ ହୋଇଥିଲେ। ଧନତେରାସ ଦିନ ସୁନା, ରୂପା, ତମ୍ବା, ପିତ୍ତଳ ପରି ଧାତୁରେ ନିର୍ମିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଅଟେ। କିନ୍ତୁ ଏମିତି କିଛି ଜିନିଷ ରହିଛି ତାହା ଭୁଲରେ ବି ଧନତେରାସରେ ଘରକୁ ଆଣିବ କଥା ନୁହେଁ। ସେଗୁଡିକ ଆଣିବା ଅଶୁଭ ମନାଯାଏ।

କୁହାଯାଏ, ଧନତେରାସରେ ଲୁହରେ ନିର୍ମିତ କିଛି ବି ଜିନିଷ ଘରକୁ ଆଣିବା କଥା ନୁହେଁ। କାରଣ ଲୁହା ସହିତ ରାହୁକେତୁଙ୍କ ସମ୍ପର୍କ ରହିଥାଏ। ଏଥିସହିତ କଳା ରଙ୍ଗର କିଛି ବି ଜିନିଷ ଏହି ଦିନ କିଣିବା ଅଶୁଭ କୁହାଯାଏ। କାରଣ କଳା ରଙ୍ଗ ଶନିଙ୍କ ପ୍ରତୀକ। ସେହିପରି ଧନତେରାସରେ ପୁରୁଣା ଜିନିଷ, ପ୍ଲାଷ୍ଟିକ ପ୍ରସ୍ତୁତ ପଦାର୍ଥ, କାଚରେ ତିଆରି ଜିନିଷ ଇତ୍ୟାଦି କିଣିବା ଉଚିତ୍ ନୁହେଁ। ଏହା ଦ୍ବାରା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ମାଆ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ରୋଷ କରି ଘର ଛାଡ଼ି ଯାଆନ୍ତି।

Leave A Reply

Your email address will not be published.