Latest Odisha News

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପରେ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଶୁଣିବାକୁ ମିଳୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଶନିବାର ସୂଚନା ଦେଇ କହିଛନ୍ତି କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ହେଲେ ବନ୍ୟା ସ୍ଥିତି ହୋଇନି । ତେଣୁ ଭୟକରିବାର କୌଣସି ଆବଶ୍ୟକତା ନାହିଁ ।

ପ୍ରବଳ ବର୍ଷା କାରଣରୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି ସତ ହେଲେ ବର୍ତ୍ତମାନ ସୁଦ୍ଧା ବିପଦ ସଂକେତ ଟପିନି । ସରକାର ସମଗ୍ର ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା କମିବା ଯାଏଁ ଲୋକମାନେ ଟିକେ ହାଇରାଣ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଖୁବ୍‌ଶ୍ରୀଘ୍ର କେନ୍ଦ୍ରୀୟ ଟିମ୍‌ ଓଡିଶା ଆସିବେ । ବାତ୍ୟାରେ ଘର ହରାଇଥିବା ପରିବାର ବାତ୍ୟା ଆଶ୍ରୟସ୍ଥଳୀରେ ରହିବ । ଘରର ବିକଳ୍ପ ହେବା ଯାଏଁ ସେମାନେ ଏଠି ରହିବେ । ଆସନ୍ତା ୭ ଦିନ ମଧ୍ୟରେ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପଠାଯିବ ।

Leave A Reply

Your email address will not be published.