Latest Odisha News

ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ନିର୍ମାଣ କରିବ ସାଉଦି ଆରବ, ଫଟୋ ଭାଇରାଲ

ରିୟାଦ: ସାଉଦି ଆରବ ରାଜଧାନୀ ରିୟାଦରେ ୪୦୦ ମିଟର କ୍ୟୁବର ଐତିହାସିକ ବିଲ୍ଡିଂ ‘ଦ ମୁକାବ’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ବିଲଡିଂ ଦୁନିଆର ସବୁଠୁ ବଡ କୋଠା ହେବ।

ଏହି ଗଗନଚୁମ୍ବୀ ବିଲ୍ଡିଂ ୨୦ ଲକ୍ଷ ବର୍ଗ ମିଟରର ଏକ ବିଶାଳ ଅଞ୍ଚଳରେ ବ୍ୟାପିଛି। ଯାହା ନ୍ୟୁୟର୍କର ପ୍ରତିଷ୍ଠିତ ଷ୍ଟେଟ୍ ବିଲଡିଂର କୋଡ଼ିଏ ଗୁଣ ସହ ସମାନ ହେବ।

ମିଡିଆ ରିପୋର୍ଟ ଅନୁଯାୟୀ, ‘ମୁକାବ’ର ମୂଲ୍ୟ ପ୍ରାୟ ୫୦ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ବିଲ୍ଡିଂ ନୂଆ ମୁରବବା ନାମକ ଏକ ଜିଲ୍ଲାରେ ନିର୍ମାଣ କରାଯାଉଛି, ଯେଉଁଥିରେ ୧ ଲକ୍ଷ ୪ ହଜାର ଘର ରହିବ। ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ମୁକାବ ନିର୍ମାଣର ଉଦ୍ଦେଶ୍ୟ ହେଉଛି ସାଉଦି ଆରବର ରିଟେଲ୍, କର୍ପୋରେଟ୍ ଏବଂ ସାଂସ୍କୃତିକ ଅଭିଜ୍ଞତାକୁ ପ୍ରଦର୍ଶନ କରିବା।

ଏହି କୋଠା ସାଉଦିର ନୂଆ ମୁରବବା ଡେଭଲପମେଣ୍ଟ କମ୍ପାନୀ (ଏନଏମଡିସି) ଦ୍ୱାରା ନିର୍ମାଣ କରାଯାଉଛି। ଏନଏମଡିସି ସାଉଦି ଆରବର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡର ଏକ ଅଂଶ।

ସମ୍ପ୍ରତି ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଅବସ୍ଥିତ ବୁର୍ଜ ଖଲିଫା ଦୁନିଆର ସବୁଠାରୁ ଉଚ୍ଚ କୋଠା ଅଟେ। ଏହି କୋଠାଟି ୮୩୦ ମିଟର ଉଚ୍ଚ ଏବଂ ଏଥିରେ ୧୬୩ ମହଲା ରହିଛି। ଏହା ୨୦୧୦ ମସିହାରେ ଉଦଘାଟିତ ହୋଇଥିଲା। ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ନାମରେ ବୁର୍ଜ ଖଲିଫାର ନାମକରଣ ହୋଇଥିଲା।

Leave A Reply

Your email address will not be published.