Latest Odisha News

ଶିବାନୀଙ୍କୁ ବଡ ପୁରସ୍କାର, ମିଳିଲା ଅବାସ ଘର

ରାଜନଗର: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ  ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ । କାନ୍ଧ କରି ବାତ୍ୟା ସମୟରେ ବୋହିଥିଲେ ବୃଦ୍ଧ ଆଉ ବୃଦ୍ଧା ମାନଙ୍କୁ। କରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ।  ଏବେ ଶିବାନୀଙ୍କୁ ସାହା  ହୋଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଆଜି କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଥିଲା  ପ୍ରଶାସନ। ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ଖୋଦ ବିଡିଓ।

ବାତ୍ୟା ‘ଦାନା’ ସମୟରେ  ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ ଶିବାନୀ। ତାଙ୍କର ଏଭଳି କାର୍ଯ୍ୟ ପାଇଁ  ତୁରନ୍ତ ଆବାସ ଘର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ବିଡିଓ ନିଜେ ଶିବାନୀଙ୍କ ଘରେ ପହଞ୍ଚି ତାଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ଯୋଗାଇ ଦେଇଛନ୍ତି।

Leave A Reply

Your email address will not be published.