Latest Odisha News

BREAKING NEWS

ନିର୍ବାଚନ ଲଢିବ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ! ନାମାଙ୍କନ ପତ୍ର କିଣିଲା ଉତ୍ତର ଭାରତୀୟ ବିକାଶ ସେନା

ମୁମ୍ବାଇ: ନିର୍ବାଚନ ଲଢିବ କି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ତରଫରୁ ନାମାଙ୍କନ ଦାଖଲ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ ଏ ଏବଂ ଫର୍ମ ବି ନେଇଛି ।

ସୂଚନାନୁସାରେ, ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ଉତ୍ତର ଭାରତୀୟ ବିକାଶ ସେନାର ନେତା ସୁନୀଲ ଶୁକ୍ଲା ଲରେନ୍ସ ବିଷ୍ଣୋଇ ତରଫରୁ ନାମାଙ୍କନପତ୍ର ଦାଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଫର୍ମରେ ସେ ଲରେନ୍ସ ବିଷ୍ଣୋଇର ଦସ୍ତଖତ କରାଇ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କ ଶପଥପତ୍ର ପ୍ରସ୍ତୁତ କରିବେ।

ତେବେ କହିରଖୁଛୁ ଯେ ବାବା ସିଦ୍ଦିକି ବାନ୍ଦ୍ରା ପଶ୍ଚିମ ବିଧାନସଭା ଆସନରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ଉକ୍ତ ଅଞ୍ଚଳର ବିଧାୟକ ଥିଲେ ବାବା ସିଦ୍ଦିକି । ଗତ ଅକ୍ଟୋବର ୧୨ ତାରିଖ ରାତିରେ ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅଙ୍କ ଅଫିସ ସମ୍ମୁଖରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟି କରିଥିଲା ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଶିବୁ ଲୋନକର ।

ଉତ୍ତର ଭାରତୀୟ ବିକାଶ ସେନା ପାର୍ଟି ମଧ୍ୟ ଦାବି କରିଛି ଯେ ଯଦି ଲରେନ୍ସ ବିଷ୍ଣୋଇ ସମ୍ମତ ହୁଅନ୍ତି ତେବେ ଖୁବ ଶୀଘ୍ର ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ। ତେବେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେବା ପରେ ଗୁଜୁରାଟର ସାବରମତି ସେଣ୍ଟ୍ରାଲ ଜେଲରେ ଥିବା ବିଷ୍ଣୋଇଲଗାତାର ଭାବରେ ଚର୍ଚ୍ଚାରେ ଅଛନ୍ତି ।

କହିରଖୁଛୁ ଯେ, ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ନଭେମ୍ବର ୨୦ ରେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ନଭେମ୍ବର ୨୩ ରେ ଭୋଟ୍ ଗଣନା କରାଯିବ।

Leave A Reply

Your email address will not be published.