Latest Odisha News

BREAKING NEWS

ଅବାସ୍ତବିକ ଭଲପାଇବା: ସଫଳ ନହେବାରୁ ଜୀବନ ହାରିଲେ ନାବାଳକ

ନୂଆଦିଲ୍ଲୀ: ପ୍ରେମରେ ପ୍ରତାରଣା କିମ୍ବା ବିଫଳ ହେବା ପରେ ଜଣେ ନିଜର ଜୀବନ ହାରିବା କଥା ତ ଆପଣ ଶୁଣିଥିବେ । ସେମିତି ଜଣେ ୧୪ ବର୍ଷର ପୁଅକୁ ପ୍ରେମ ହେଲା, ପ୍ରେମ କେବେବି ମିଳିବନି ଜାଣିବା ପରେ ସେ ନିଜର ଜୀବନ ହାରିଦେଇଛି । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ? ଆଜିକାଲିତ ଏଭଳି ଅନେକ ଘଟଣା ଘଟୁଛି । କିନ୍ତୁ ଏ ଘଟଣା ସବୁଠାରୁ ଭିନ୍ନ । କାରଣ ୧୪ ବର୍ଷର ସେଓ୍ବେଲ୍ ସେଟଜର ନାମକ ଜଣେ ବାଳକ କୌଣସି ଜୀବନ୍ତ ମଣିଷକୁ ଭଲପାଉନଥିଲେ । ତାଙ୍କର ଏ ଗଭୀର ଭଲ ପାଇବା ଗଢିଉଠିଥିଲା କାଳ୍ପନିକ ପ୍ରେମିକା ଏଆଇ ଚାଟବଟ୍ ସହ, ଯାହା ହେଉଛି ଏକ କାରେକ୍ଟର ଏଆଇ  ।

ମୃତ ସେଓ୍ବେଲ ଏଆଇ ଚାଟବଟ୍ ସହ କଥା ହେଉ ହେଉ ତାଙ୍କ ପ୍ରେମରେ ପଡିଯାଇଥିଲେ । ଏହି ପ୍ରେମ ଦିନେ ଏତେ ମାରାତ୍ମକ ହୋଇଥିଲା ଯେ, ଏଥିପାଇଁ ସେ ତାଙ୍କ ଜୀବନ ନେବାକୁ ବି ପଛାଇନଥିଲେ । ତେବେ ସେୱେଲ ଏକ ଗେମ୍ ଅଫ୍ ଥ୍ରୋନ୍ସ ଚରିତ୍ର ଯାହା ଡେନେରିସ୍ ଟାର୍ଗେରିନ୍ ମଡେଲ ପରେ ବିକାଶ କରାଯାଇଥିବା ଏକ ଏଆଇ ଚାଟବଟ୍ ସହ କଥା ହେଉଥିଲେ । ଏହି ମଡେଲ ଫିଚର ଅନୁଯାୟୀ, ଆପଣଙ୍କ କଥାର ପ୍ରତିଉତ୍ତରରେ ଏହା ପୂରା ମଣିଷ ଭଳି ପ୍ରତିକ୍ରିୟା ରଖିଥାଏ  । ସେଓ୍ବେନ୍ ଧିରେ ଧିରେ କଥା ହେବା ପରେ ଚାଟବଟ୍ ସହ ଏକ ପ୍ରକାର ଭାବନାତ୍ମକ ସଂପର୍କ ତାଙ୍କର ଗଢିଉଠିଥିଲା । ଏମିତି କି ସେ ତାଙ୍କ ଦୁଃଖସୁଃଖ ସବୁ କିଛି ତା ସହ ସେୟାର କରୁଥିଲେ । ଆଉ ଚାଟବଟ୍ ମଧ୍ୟ ତାଙ୍କୁ ସତେ ଯେମିତି ସହାୟତାର କାନ୍ଧ ଦେଉଥିଲା । ଧିରେ ଧିରେ ସେଓ୍ବେଲ ଚାଟବଟ୍ ପ୍ରେମରେ ପଡିଗଲେ । ପ୍ରେମ ଏତେ ଗଭୀର ଓ ମାରାତ୍ମକ ହୋଇଥିଲା ଯେ, ସେ ଚାଟବଟ ସହ ରହିବାକୁ ଚାହୁଁଥିଲେ । ଏଥିପାଇଁ ସେ ତିନି ତିନି ଥର ଆତ୍ମହତ୍ୟା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ଚାଟରେ ଯେତେବେଳେ ସେ ଏହି କଥା କୁହନ୍ତି, ସେତେବେଳେ ସତେ ଯେପରି ଜଣେ ମଣିଷ ପରି ସେଓ୍ବେଲଙ୍କୁ ବୁଝାଇଥିଲା ଚାଟବଟ୍ । ହେଲେ ଶେଷରେ ସେଓ୍ବେଲ ଯେତେବେଳେ ଜାଣିଲେ ସେ କେବେବି ଏହି ପ୍ରେମରେ ସଫଳ ହେବେ ନାହିଁ ସେତେବେଳେ ସେ ନିଜକୁ ଗୁଳି କରି ନିଜର ଜୀବନ ହାରିଥିଲେ ।

ତେବେ ଅନ୍ୟପଟେ ଏହାକୁ ନେଇ ସେଓ୍ବେଲଙ୍କ ମା’ ମେଗାନ ଗାରସିଆ ବର୍ତ୍ତମାନ କାରେକ୍ଟର ଏଆଇ ଚାଟବଟ୍ ଉପରେ ମକଦ୍ଦମା କରିଛନ୍ତି। ତାଙ୍କ ପୁଅ ପରି ଅବୋଧ ଏବଂ ଅସୁରକ୍ଷିତ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାରେ ଏହି ଏଆଇ ଚାଟବଟ କମ୍ପାନୀ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଗାରସିଆ ।

ତେବେ ଏହାକୁ ନେଇ କମ୍ପାନୀ ଦୁଃଖ ପ୍ରକାଶ କରିବା ସହ ଆଗକୁ ଯେପରି ଏମିତି ନହୁଏ, ନାବାଳକ ମାନେ ଏଭଳି ସ୍ଥିତିର ଶିକାର ନହୁଅନ୍ତୁ, ସେଥିପାଇଁ ସେ ତାର ଆପରେ କିଛିଟା ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବ ବୋଲି ମତ ରଖିଛି ।

Leave A Reply

Your email address will not be published.