Latest Odisha News

ସଲମାନ କ୍ଷମା ମାଗିନିଅ, ନହେଲେ ଲରେନ୍ସ କେତେବେଳେ ମାରିଦେବ: ରାକେଶ ଟିକାୟତ

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କୃଷକ ନେତା ରାକେଶ ଟିକାୟତ ସଲମାନ ଖାନଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଅଭିନେତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ।

ସେ ଆହୁରି ମଧ୍ଯ କହିଛନ୍ତି, “ଠିକ୍, ଭୁଲ୍ ତ ଚାଲିଥାଏ। ଯଦି ସେ କ୍ଷମା ମାଗନ୍ତି, ତାହେଲେ ଭଲ। ନଚେତ୍ ଏହି ବିବାଦ ଜାରି ରହିବ। ଏଥିରେ କିଏ ଜଡିତ ହେବ ତାହା ଜଣା ପଡିନାହିଁ ଏବଂ ବିବାଦର ସମାଧାନ ହେଲେ ହିଁ ଠିକ ହେବ।”

“ଏହା ବିଷ୍ଣୋଇ ସମାଜ ସହିତ ଜଡିତ ଏକ ବିଷୟ। ସଲମାନ ଖାନ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ, ନଚେତ୍ ଜେଲରେ ଥିବା ବ୍ୟକ୍ତି ଆପଣଙ୍କୁ କେତେବେଳେ ମାରିଦେଇପାରନ୍ତି ବୋଲି ସେ କହିଛନ୍ତି।”

Leave A Reply

Your email address will not be published.