Latest Odisha News

ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା, ରେକର୍ଡ ହେବ କିଏ କହୁଛି ସତ…

ଭୁବନେଶ୍ବର: ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ ପୋଲିସ୍ ।

ତେବେ ଭରତପୁର ଥାନା ଘଟଣା ଘଟିବା ପରେ ଏଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ୍ । ତାହା ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ଘଟଣା ଘଟିଥିବା ବେଳେ ସେଠାରେ କିଏ ସତ କହୁଛି? ଦୋଷୀ କିଏ? ପୋଲିସର ଭୁଲ୍ ନା ଏତଲାକାରୀଙ୍କର? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ଏହି ବଡି କ୍ୟାମେରା ଦ୍ବାରା ରେକର୍ଡ ହେବ । ଏଥିରେ କେବଳ ଏତଲାକାରୀଙ୍କ ବୟାନ କି କାର୍ଯ୍ୟକଳାପ ରେକର୍ଡ ହେବ ତାହା ନୁହେଁ, ପୋଲିସର ମଧ୍ୟ ବ୍ୟବହାର ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ହେଉଥିବା ସବୁ ଦୃଶ୍ୟ ସିଧାସଳଖ ସିପି ଓ ଡିସିପି ଦେଖିପାରିବେ । କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ବଡି କ୍ୟାମେରାରେ ଥିବା ପାନିକ ବଟନକୁ ଦବାଇଲେ ଏହା ରେକର୍ଡ ଆରମ୍ଭ ହେବା ସହିତ ସେହି ସମୟର ଦୃଶ୍ୟ ସିଧା କମିଶନରେଟ ପୋଲିସ୍ ପାଖରେ ପହଞ୍ଚିଯିବ ।

Leave A Reply

Your email address will not be published.