Latest Odisha News

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏନସିପି

ମୁମ୍ବାଇ: ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏନସିପି। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ଟିକେଟ୍ ପ୍ରଦାନ କରିଛି। ଏହି ତାଲିକା ସହ ଏନସିପି ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଆଜି ଟିକେଟ୍ ମିଳିଥିବା ପ୍ରାର୍ଥୀଙ୍କ ମଧ୍ୟରେ, ବିଜୟ ସୀଂହ ପଣ୍ଡିତଙ୍କୁ ଗେଭରାଇରୁ ଟିକେଟ୍ ମିଳିଛି। ସେହିପରି ଫାଲଟନରୁ ସଚିନ ସୁଧାକର ପାଟିଲ, ନିଫାଦରୁ ଦିଲୀପ ବଙ୍କର ଏବଂ ପାର୍ନରରୁ କାଶୀନାଥ ଦତେ ପ୍ରାର୍ଥୀ ହୋଇଛନ୍ତି। ଅଜିତ ପାୱାର ନେତୃତ୍ୱାଧୀନ ଏନସିପିର ରାଜ୍ୟ ସଭାପତି ସୁନୀଲ ଟାଟକେର୍ ଆଜି ଏହି ତାଲିକା ଘୋଷଣା କରିଛନ୍ତି। ଦଳର ପ୍ରଥମ ଏବଂ ଦ୍ୱିତୀୟ ତାଲିକା ଯଥାକ୍ରମେ ଅକ୍ଟୋବର ୨୩ ଏବଂ ୨୫ରେ ପ୍ରକାଶ ପାଇଥିଲା।

ଅନ୍ୟପଟେ ଶନିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ମହାରାଷ୍ଟ୍ର କଂଗ୍ରେସ ସାଧାରଣ ସମ୍ପାଦକ ସଚିନ ସାୱନ୍ତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଦଳ ସାୱନ୍ତଙ୍କୁ ଅନ୍ଧେରୀ ପଶ୍ଚିମରୁ ପ୍ରାର୍ଥୀ କରିଛି, କିନ୍ତୁ ଟିକେଟ ପାଇବା ପରେ ମଧ୍ୟ ସେ ଅସନ୍ତୁଷ୍ଟ ମନେ ହେଉଛନ୍ତି। ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Leave A Reply

Your email address will not be published.