Latest Odisha News

ଇତିହାସ ରଚିଲେ ପ୍ରଥମ ଭାରତୀୟ: ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ

ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତିଲେ ରାଚେଲ ଗୁପ୍ତା। ଏହି ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ। ଭାରତ ଲାଗି ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା। ରାଚେଲଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୧୦ ଇଞ୍ଚ ଏବଂ ବୟସ ୨୦ ବର୍ଷ । ମଡେଲିଂ ଓ ଅଭିନୟ କ୍ଷେତ୍ରରେ କ୍ୟାରିୟର କରୁଛନ୍ତି ସେ । ହିନ୍ଦୀ, ଇଂରାଜୀ ଓ ପଞ୍ଜାବୀ ଭାଷାରେ ତାଙ୍କର ଦକ୍ଷତା ରହିଛି।

ଏହି କାର୍ଯ୍ୟକ୍ରମରେ ଫିଲିପିନ୍ସର କ୍ରିଷ୍ଟିନ୍‌ ଜୁଲିଆନ୍‌ ଓପିଆଜା ଫାର୍ଷ୍ଟ ରନର-ଅପ୍‌ ରହିଥିଲେ। ମ୍ୟାମାଁରର ଥାଇ ସୁନ୍ୱେଇମ୍‌, ଫ୍ରାନ୍ସର ସାଫିଟୋ କବେଙ୍ଗେଲେ ଓ ବ୍ରାଜିଲର ତଲିତା ହାର୍ଟମ୍ୟାନ୍‌ ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ। ଟାଇଟଲ ଜିତିବା ପରେ ରାଚେଲ ଖୁସିରେ ଆତ୍ମହରା ହୋଇଛନ୍ତି। ଏନେଇ ସେ କହିଛନ୍ତି, ଅତ୍ୟଧିକ ଜନସଂଖ୍ୟା ଓ ସୀମିତ ସଂଶାଧନ କାରଣରୁ ଆଜି ଗରିବୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ବିଶ୍ୱ ନେତାମାନଙ୍କୁ ବୈଶ୍ୱିକ ସ୍ତରରେ ଜନ୍ମ ନିୟନ୍ତ୍ରଣ ଉପାୟକୁ ପ୍ରୋତ୍ସାହିତ କରି ସମସ୍ତଙ୍କ ଲାଗି ପର୍ଯ୍ୟାପ୍ତ ସଂଶଧନକୁ ସୁନିଶ୍ଚିତ କରିବାର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି।

ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତା ବିଶ୍ୱର ଅଗ୍ରଣୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ଏହାର ୫ ନିୟୁତରୁ ଅଧିକ ଫଲୋଅର୍ସ ଅଛନ୍ତି। ୨୦୨୨ରେ ମିସ୍‌ ସୁପର ଟ୍ୟାଲେଣ୍ଟ ଅଫ୍‌ ଦ ୱର୍ଲଡ ହୋଇଥିବା ରାଚେଲ୍‌। ଚଳିତବର୍ଷ ଅଗଷ୍ଟ ମାସରେ ଜୟପୁରରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ଟାଇଟାଲ ଜିତିବା ପରେ ଅନ୍ତର୍ଜାତୀୟ ମଞ୍ଚରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ୭୦ରୁ ଅଧିକ ଦେଶର ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.