ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣା । ସେନା ପକ୍ଷରୁ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଖବର ମୁତାବକ, ଆଜି ସକାଳ ୭ଟା ୨୬ ରେ ଜମ୍ମୁ କଶ୍ମୀରର ଅଖନୁରରେ, ଆତଙ୍କବାଦୀମାନେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟ ଭଟ୍ଟଲ ଅଞ୍ଚଳରେ ଏକ ସେନା ଆମ୍ବୁଲାନ୍ସ ଉପରେ ଗୁଳି ଚଳାଇ ଜଙ୍ଗଲ ଆଡକୁ ପଳାଇଥିଲେ । ସେନା ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲା । ପ୍ରାୟ ୫ଘଣ୍ଟାର ସଂଘର୍ଷ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଏହାପୂର୍ବରୁ ଅକ୍ଟୋବର ୨୪ରେ ଆତଙ୍କବାଦୀମାନେ ବାରାମୁଲ୍ଲାରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ତିନି ଜଣ ସୈନିକ ଏବଂ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।
ସୂଚନାଯୋଗ୍ୟ, ଆଜି ସକାଳୁ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଏକ ସେନା ଗାଡ଼ି ଉପରକୁ ଗୁଳି ମାଡ଼ କରିଥିଲେ । ହେଲେ ଏଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ସୁରକ୍ଷାକର୍ମୀ । ଏଥିରେ ଯବାନମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥନଲା । ଯାହାକୁ ନେଇ ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ ଯୋରଦାର କରାଯାଇଥିଲା ।
ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଇଥିଲା ଯେଉଁଥିରେ ଆଜି ୩ ଆତଙ୍କୀ ସଫା ହୋଇଥିବା ଖବର ରହିଛି ।
Comments are closed.