Latest Odisha News

‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’: ଚର୍ଚ୍ଚାରେ ମିଥୁନଙ୍କ ବିବାଦୀୟ ବୟାନ

କୋଲକାତା: ବଙ୍ଗଳାରେ ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଥୁନ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି କ୍ରମରେ ସେ କୋଲକାତାରେ ଭାଷଣ ଦେଉଥିବା ବେଳେ ବିବାଦୀ ବୟାନ ଦେଇଛନ୍ତି। ସେ କହିଛନ୍ତି, ସେମାନଙ୍କୁ କାଟି ଦେବୁ। ଏଭଳି ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଲୋକସଭା ନିର୍ବାଚନ ବେଳେ ଟିଏମସିର ହୁମାୟୁନ କବିର ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧାର୍ମିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଅବଶ୍ୟ ଏହାକୁ ନିର୍ବାଚନ କମିଶନ ସେନସନର କରିଥିଲେ। ଉକ୍ତ ପ୍ରସଙ୍ଗକୁ ଆଧାର କରି ୭୪ ବର୍ଷୀୟ ମିଥୁନ ଏବେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି।

ମିଥୁନ କହିଛନ୍ତି, “ଜଣେ ନେତା କହୁଛନ୍ତି ସେଠାରେ ୭୦% ମୁସଲିମ ଓ ୩୦ ହିନ୍ଦୁ ରହିଛନ୍ତି। ତେଣୁ ସେ ସେମାନଙ୍କୁ କାଟି ଦେବେ ଓ ଭାଗିରଥୀରେ ଫିଙ୍ଗି ଦେବେ। ମୁଁ ଭାବୁଥିଲି ମୁଖ୍ୟମନ୍ତ୍ରୀ (ମମତା ବାନାର୍ଜୀ) ଏହା ଉପରେ କିଛି କହିବେ। ହେଲେ ସେ କିଛି କଲେ ନାହିଁ। ତେଣୁ ମୁଁ କହିବାକୁ ଚାହୁଁଛି ଯେ ଆମେ ସେମାନଙ୍କୁ କାଟି ଦେବୁ ଓ ସେମାନଙ୍କୁ ମାଟିରେ ପୋତିବୁ। ଆମେ ୨୦୨୬ ନିର୍ବାଚନ ଜିତିବା ପାଇଁ କିଛି ବି କରିବୁ। ଏଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବସିଛନ୍ତି। ତାଙ୍କ ଉପସ୍ଥିତିରେ ମୁଁ କହିବାକୁ ଚାହୁଁଛି ଯେ ଗାଦି ପାଇବା ପାଇଁ ଆମେ କିଛି ବି କରିବୁ।”

Leave A Reply

Your email address will not be published.