Latest Odisha News

ଦଲାଲମୁକ୍ତ ହୋଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଭାଗର ମନ୍ତ୍ରୀଗଣ, ଅତିରିକ୍ତ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଲୋକଙ୍କୁ ସ୍ଥାୟୀ ଜୀବିକା କିମ୍ବା ରୋଜଗାରର ପନ୍ଥା ଯୋଗାଇ ଦେବା ସହ ଦଲାଲମୁକ୍ତ ହୋଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିପାରିବ ।  ସେମାନେ ଦିନମଜୁରିଆଙ୍କୁ ପ୍ରଲୋଭିତ କରିବା ସହ ସେମାନଙ୍କୁ ଠିକ ଭାବରେ ପାରିଶ୍ରମିକ ନ ଦେଇ ଦିନରାତି ଖଟାନ୍ତି। ଦାଦନ ଭାବେ ବାହାର ରାଜ୍ୟକୁ କିମ୍ବା ଦେଶକୁ ଯାଉଥିବା ବ୍ୟକ୍ତି ପ୍ରଥମେ ନିଜକୁ ପଞ୍ଜିକରଣ କଲେ ଭବିଷ୍ୟତରେ ସରକାର ଆବଶ୍ୟକ ମୁତାବକ ସାହାଯ୍ୟ ଯୋଗାଇ ଦେଇପାରିବେ । ସେହିପରି ଲେବର୍ କଣ୍ଟ୍ରାକ୍ଟରମାନେ ମଧ୍ୟ ଲାଇସେନ୍ସ ପ୍ରାପ୍ତ ହେବା ଆବଶ୍ୟକ। ସରକାର ଦାଦନ ବିସ୍ଥାପିତଙ୍କ ତଥ୍ୟ ରଖିବା ପାଇଁ ଏକ ମୋବାଇଲ ଆପ ର ବିକାଶ ଏବଂ ଦାଦନ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ କରାଯିବାର ଯୋଜନା କରିଛନ୍ତି।

 

Leave A Reply

Your email address will not be published.