Latest Odisha News

ଭୟଙ୍କର ବିଷାକ୍ତ ବାଣ ଧୂଆଁ: ହୋଇପାରେ ଆଖି ସମସ୍ୟା, ଜାଣନ୍ତୁ ..

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆଲୋକ ସାଙ୍ଗକୁ ଅଧିକାଂଶ ଲୋକ ବାଣ ଫୁଟେଇ ଖୁବ ଖୁସି ଅନୁଭବ କରିଥାନ୍ତି। ବିଭିନ୍ନ ପ୍ରକାରର ବାଣ ଆଖିକୁ ସୁନ୍ଦର ଦେଖ ଯାଉଥିଲେ ମଧ୍ୟ ସେଥିରୁ ବାହାରୁଥିବା ଧୂଆଁ ଆଖିର କ୍ଷତି କରିଥାଏ। ଏଥିରୁ ନିର୍ଗତ ଧୂଆଁରେ ଥିବା ରାସାୟନିକ ପଦାର୍ଥ ଆଖି ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଆମେ ଆଜି ଆପଣଙ୍କୁ ଧୂଆଁ ଦ୍ବାରା ହେଉଥିବା ପ୍ରଦୂଷଣରେ ଆଖିରେ ହେଉଥିବା କ୍ଷତି ସମ୍ପର୍କରେ କହିବୁ।

  • ବାଣରୁ ନିର୍ଗତ ଧୂଆଁରୁ ହୋଇପାରେ ଏହି ଆଖି ସମସ୍ୟା
  • ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ ହୋଇଥିବା ବେଳେ ବଣରୁ ନିର୍ଗତ ଧୂଆଁ ଏଥିରେ କ୍ଷତି ପହଞ୍ଚାଇଥାଏ। ଧୂଆଁରେ ଥିବା ଲେଡ ଏବଂ ବେରିୟମ ଆଖିରେ ଆଲର୍ଜି ସୃଷ୍ଟି କରିଥାଏ। ଏଥିରେ ଆଖିର କର୍ଣ୍ଣିଆରେ କ୍ଷତି ହୋଇଥାଏ।
  • ଅଧିକ ସମୟ ଧୂଆଁରେ ରହିବ ଦ୍ବାରା ଆଖି ଶୁଷ୍କ ହେବା ସହ ଦେଖିବାରେ କଷ୍ଟ ଅନୁଭବ ହୋଇଥାଏ।
  • ଧୂଆଁର ସଂସ୍ପର୍ଶରେ ଶିଶୁ ଆସିଲେ ସେମାନେ ଦୃଷ୍ଟି ଶକ୍ତି ହରାଇବାର ବିଶେଷ ସମ୍ଭାବନା ରହିଛି।
  • ଧୂଆଁ କାରଣରୁ ଆଖିରେ ସଂକ୍ରମଣ ବଢିବା ସହିତ ଆଖିରେ ପାଣି ଦେବା, ଆଖି ଲାଲ ହେବା, ଜଳାପୋଡା କରିବ ସହ ଦରଜ ମଧ୍ୟ ଅନୁଭବ ହୋଇପାରେ।
  • କେବଳ ଏତିକି ନୁହେଁ ବାଣ ଧୂଆଁରେ ଅଧିକ ସମୟ ରହିଲେ ଏହା ଆଖିରେ ବଡ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ମୋତିଆବିନ୍ଦୁ, ଅନ୍ଧାରକଣା ରୋଗ ଭଳି ଦୀର୍ଘକାଳୀନ ରୋଗ ମଧ୍ୟ ହୋଇପାରେ।
  • ହେଲଥ ଏକ୍ସପର୍ଟଙ୍କ କହିବ ଅନୁସାରେ ସତର୍କତା ଅବଲମ୍ବନ କରି ବାଣ ଫୁଟାଇବା ସହିତ ଉତ୍ସବ ପାଳନ କଲେ ଆମ ଆଖିକୁ ସୁରକ୍ଷିତ ରଖି ପାରିବା।

 

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ 

Leave A Reply

Your email address will not be published.