Latest Odisha News

BREAKING NEWS

ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ଵର: ଆଜିଠୁ ଓଡିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ଭିସି ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସାମିଲ ହେବେ ୭୦ ବର୍ଷରୁ ଅଧିକ ବୟସ୍କ । ୭୦ ବର୍ଷ ଉପରେ ଥିବା ସମସ୍ତ ଧନୀ ଗରିବ ସମସ୍ତଙ୍କୁ ମିଳିବ ଏହି ଚିକିତ୍ସା ସୁବିଧା । ୨୦୨୫ ମାର୍ଚ୍ଚ ସୁଦ୍ଧା ୧ କୋଟିଙ୍କୁ ଅଧିକ ଲୋକଙ୍କୁ ଏହି ସୁବିଧା ମିଳିବ ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଶୁଭାରମ୍ଭର ଦୀର୍ଘ ୬ ବର୍ଷ ପରେ ଏହି ଲାଭ ପାଇବ ଓଡ଼ିଶା । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

 

Comments are closed.