ଭୁବନେଶ୍ୱର: ଆଜି ମଧ୍ୟରାତ୍ରୀରୁ ସାରା ଦେଶ ତଥା ରାଜ୍ୟର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ୍ ଦର କମିପାରେ। ଓଡ଼ିଶାରେ ନଅଟି ସ୍ଥାନରେ କମିବା ନେଇ ପ୍ରାଥମିକ ସୂଚନା ରହିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଏଭଳି ସଙ୍କେତ ଦେଇଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।
ହରଦୀପ ସିଂ ପୁରୀ କହିଛନ୍ତି, ବିପିସିଏଲ ଆସନ୍ତାକାଲି (ଅକ୍ଟୋବର ୩୦) ଠାରୁ ପେଟ୍ରୋଲ ପମ୍ପ ଡିଲରଙ୍କ କମିଶନ ବୃଦ୍ଧି ଘୋଷଣା କରି ଆନନ୍ଦିତ। ଯାହା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ଗ୍ରାହକ ସେବା ଏବଂ କର୍ମଚାରୀ କଲ୍ୟାଣରେ ସମୃଦ୍ଧି ଆଣିବ। ଗ୍ରାହକଙ୍କୁ ବିଶ୍ୱାସ, ସୁବିଧା ଏବଂ ବିଶ୍ୱସନୀୟତା ସହିତ ସେବା ପ୍ରଦାନ କରିବା ପାଇଁ ଆମର ଅଂଶୀଦାର ଦୃଷ୍ଟିକୋଣରେ ଆମର ଚ୍ୟାନେଲ ଅଂଶୀଦାରମାନେ ନିରନ୍ତର ସଫଳତା କାମନା କରୁଛୁ।
ଏହାବ୍ୟତୀତ ପେଟ୍ରୋଲବା ଡିଜେଲର ମୂଲ୍ୟ ଅସମାନତାକୁ କମାଇବା ପାଇଁ ଆମେ ଆନ୍ତଃରାଜ୍ୟ ମାଲ ପରିବହନ ବ୍ୟବସ୍ଥା ଆରମ୍ଭ କରୁଛୁ, ଯାହା ବିଶେଷ କରି ଦୁର୍ଗମ ଅଂଚଳରେ ଉପଭୋକ୍ତାଙ୍କୁ ଉପକୃତ କରିବ, କିନ୍ତୁ ଯେଉଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ସେଠାରେ ନୁହେଁ ବୋଲି ପୁରୀ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମାଲକାନଗିରିର କୁନନପାଲି ଏବଂ କାଲିମେଳାରେ ପେଟ୍ରୋଲ ଦର ପାଖାପାଖି 5 ଟଙ୍କା କମିବ। ସେହିପରି ପଡ଼ୋଶୀ ରାଜ୍ୟ ଛଡିଶଗଡ ସୁକୁମାରେ 2ଟା କମିବା ନେଇ ସୂଚନା ଦେଇଛନ୍ତି। ମୋଟ୍ ଉପରେ ଓଡ଼ିଶାରେ 9ଟି ସ୍ଥାନରେ ତେଲ ଦର କମିବ।
ହରଦୀପ ସିଂ ପୁରୀ କହିଛନ୍ତି, ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ପ୍ରଦାନ କରାଯାଉଥିବା ଡିଲର କମିଶନ ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ଘୋଷଣା ଏବଂ ଦୁର୍ଗମ ସ୍ଥାନରେ (ତୈଳ ବିପଣନ କମ୍ପାନୀର ପେଟ୍ରୋଲ ଏବଂ ଡିଜେଲ ଡିପୋ ଠାରୁ ଦୂରରେ) ଥିବା ଉପଭୋକ୍ତାଙ୍କୁ ଉପକୃତ କରିବା ପାଇଁ ଆନ୍ତଃରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଫଳରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। ତେବେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ ନିର୍ବାଚନ ମଣ୍ଡଳୀରେ ଏହି ନିଷ୍ପତ୍ତି ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
Comments are closed.