Latest Odisha News

BREAKING NEWS

ଦୀପାବଳିରେ ଘରେ ବନାନ୍ତୁ କାଜୁ ବର୍ଫି, ଅତିଥି ହୋଇଯିବେ ଖୁସି

ଭୁବନେଶ୍ୱର: ଦୀପାବଳିରେ ଲୋକମାନେ ଘରକୁ ଦୀପ ଓ ଲାଇଟ୍ ଲଗାଇ ଆଲୋକିତ କରନ୍ତି, ଝୋଟି ଓ ରଙ୍ଗୋଲିରେ ସଜାନ୍ତି। ଏହା ସହ ମାଆ ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ। ଏସବୁ ଭିତରେ ସ୍ୱାଦିଷ୍ଟ ମିଠା ନ ଥିଲେ ସବୁ ଫିକା ପଡ଼ିଯାଏ। ଦୀପାବଳିରେ ଯଦି ଆପଣ ଘରେ ମିଠା ବନାଇ ଖାଇବାକୁ ଚାହୁଁଛନ୍ତି ତାହେଲେ ଏଥର ଦ୍ୱିଓ୍ଵାଲୀରେ ଘରେ ବନାନ୍ତୁ କାଜୁ ବର୍ଫି ବା କାଜୁ କତଲି l ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ …

କାଜୁ ବର୍ଫି :

• କାଜୁ – ୩୦୦ ଗ୍ରାମ୍ (୧ ଘଣ୍ଟା ପାଣିରେ ଭିଜେଇ ରଖନ୍ତୁ)

• ଚିନି – ୧୫୦ ଗ୍ରାମ୍ (ଗୁଣ୍ଡ)

• ଦେଶୀ ଘିଅ – ୩ ବଡ ଚାମଚ

• ଅଳେଇଚ ପାଉଡର – ୧/୨ ଚାମଚ ।

ପ୍ରସ୍ତୁତି ବିଧି :

ପାଣିରେ ଭିଜେଇ ଥିବା କାଜୁକୁ ଭଲ ଭାବରେ ପେଶି ନିଅନ୍ତୁ । ଏହାପରେ କାଜୁରେ ଚିନି ପକାଇ କମ୍ ଆଞ୍ଚରେ ଭାଜନ୍ତୁ । କାଜୁ ଜମିବା ପରେ ଗ୍ୟାସ୍ ବନ୍ଦ କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏଥିରେ ଅଳେଇଚ ପାଉଡର ମିଶାଇ ଗୋଳାନ୍ତୁ । ଏବେ ଦୁଇ ପଲିଥିନ୍ ସାହାର୍ଯ୍ୟରେ ବଡ ଟୁକଡା ନିଅନ୍ତୁ ଏବଂ ଏଥିରେ ଘିଅ ଲଗାନ୍ତୁ । ଏବେ ଦୁଇ ପଲିଥିନରେ ଘିଅ ଲଗାଇ ପେଶନ୍ତୁ ଏବଂ ବେଲଣା ମାଧ୍ୟମରେ ଏହାକୁ ପତଳା ବେଲନ୍ତୁ । ଏହାପରେ ଉପର ପଲିଥନକୁ ବାହାର କରି ଜମା ହୋଇଥିବା ମିଶ୍ରଣକୁ ନିଜ ମନମୁତାବକ ସେପରେ କାଟନ୍ତୁ । ହୋଇଗଲା ଆପଣଙ୍କ ସୁସ୍ୱାଦୁ କାଜୁ କତଲି ବା କାଜୁ ବରଫି । ଏହି ମିଠେଇକୁ ଆପଣ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ଖାଇପାରିବେ ।

Leave A Reply

Your email address will not be published.