ଅଯୋଧ୍ୟା : ଅଯୋଧ୍ୟାରେ ପାଳିତ ହୋଇଛି ଦୀପୋତ୍ସବ । ଜଳିଛି ୨୫ ଲକ୍ଷ ଦୀପ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ପାଳନ ହୋଇଛି ଦୀପୋତ୍ସବ। ଏହି ଅବସରରେ ଅଯୋଧ୍ୟାରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜଳାଇଛନ୍ତି ଶ୍ରଦ୍ଧାଳୁ। ଏହା ସହିତ ୧୧୨୧ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଆରତି ମଧ୍ୟ କରିଛନ୍ତି। ଏହି ୨ଟି କାର୍ଯ୍ୟକ୍ରମ ଦ୍ଵାରା ୨ଟି ଗିନୀଜ ବୁକ ରେକର୍ଡ ହୋଇଛି।
ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ଟି ନୂଆ ଗିନିଜ ଓ୍ବାର୍ଡ ରେକର୍ଡ୍ସ ଗ୍ରହଣ କରିଛନ୍ତି। ଦୀପୋତ୍ସବ ପାଳନ ସମୟରେ ପର୍ଯ୍ୟଟନ ବିଭାଗକୁ ଏହି ପ୍ରମାଣପତ୍ର ମିଳିଥିଲା। ଗିନିଜ୍ ବୁକ୍ ଅଧିକାରୀ କହିଛନ୍ତି ଯେ ଅଯୋଧ୍ୟା ଆସି ଆମେ ଖୁସି ଅନୁଭବ କରୁଛୁ । ଦୀପୋତ୍ସବ ନାଁରେ ୨୨ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନର ରେକର୍ଡ ଥିଲା, କିନ୍ତୁ ଚଳିତ ଥର ଏହାକୁ ଭାଙ୍ଗି ୨୫ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଛି ।
Comments are closed.