Latest Odisha News

BREAKING NEWS

ହେଡଫୋନ୍‌ ଲଗାଇ ଟ୍ରାକରେ ବସିଥିଲେ ଯୁବକ, ଆଉ ତା’ପରେ…

ଭୋପାଳ: ମୋବାଇଲର ବହୁଳ ବ୍ୟବହାର ଦିନକୁ ଦିନ ବିପଦର କାରଣ ସାଜୁଛି । ଆଉ ମୃତ୍ୟୁମୁଖକୁ ଭିଡି ନେଉଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ । ହେଡଫୋନ୍‌ ଲଗାଇ ଯୁବକଜଣକ ରେଲୱେ ଟ୍ରାକ୍‌ ରେ ମୋବାଇଲ ଦେଖୁଥିବା ବେଳେ ତାଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌ ।

ମୃତକ ହେଲେ ମାନରାଜ୍ ତୋମାର (୨୦) । ସେ ଜଣେ ବିବିଏ ଛାତ୍ର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ମାନରାଜ ଓ ତାଙ୍କର ଆଉ ଜଣେ ସାଙ୍ଗ ସହ ଦାନାପାନି ଅଞ୍ଚଳରେ ଥିବା ରେଲୱେ ଟ୍ରାକ୍‌ ଉପରେ ହେଡଫୋନ୍ ଲଗାଇ ମୋବାଇଲ ଧରି ଅଲଗା ଅଲଗା ଦୁଇଟି ଟ୍ରାକ୍ ରେ ବସିଥିଲେ । ତେବେ ମାନରାଜ ବସିଥିବା ଟ୍ରାକ୍‌ରେ ଟ୍ରେନ୍ ଆସିଥିଲା । ହେଲେ କାନରେ ହେଡଫୋନ୍ ଥିବାରୁ ସେ ଟ୍ରେନ୍ ର ଶବ୍ଦ ଶୁଣି ପାରି ନ ଥିଲେ । ଫଳରେ ଟ୍ରେନଟି ତାଙ୍କ ଉପରେ ଚଢି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ମାନରାଜଙ୍କର ମୃତ୍ୟୁ ହୋଇଥିଲା ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି

Comments are closed.