Latest Odisha News

ଅଲିଭ ରିଡଲେଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି

କେନ୍ଦ୍ରାପଡା: ଆରମ୍ଭ ହୋଇ ଯାଇଛି ବିରଳ ଅଲିଭ ରିଡଲେ କଇଁଛ ପ୍ରଜନନ ଋତୁ । ଏଥିପାଇ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ପାଇଁ ଓଡିଶା ଉପକୂଳରେ ସାମୁଦ୍ରିକ ମାଛ ଧରା ଉପରେ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଯାରି କରାଯାଇଛି । ଏହି ନିୟମ ଆଜି ଠାରୁ କାର୍ଯ୍ୟକାରୀ ହେବ । ଆଜିଠୁ ମେ ୩୧ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ମାରିବା ମନା । ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା ।

କଇଁଛ ସୁରକ୍ଷା ପାଇଁ ନଭେମ୍ବର ପହିଲାଠାରୁ ଜୁନ୍ ପହିଲା ୭ମାସ ଧରି ସମୁଦ୍ର କୂଳରୁ ୨୦ କି.ମି. ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତିରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଡଙ୍ଗା, ଟାପା ଓ ଟ୍ରଲର ଚଳାଚଳକୁ ଏହି ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଏଥି ସହିତ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ରାଜ୍ୟ ପୁଲିସ ଓ ତଟରକ୍ଷୀ ବାହିନୀକୁ କ୍ଷମତା ଦିଆଯାଇଛି।

 

Leave A Reply

Your email address will not be published.