Latest Odisha News

BREAKING NEWS

ଟ୍ବିନ୍‌ ସିଟିରେ ଲାଗିରହିଛି ବର୍ଷା, ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ହଠାତ୍ ପାଗରେ ପରିବର୍ତ୍ତନ। ଆଜି ସକାଳୁ ସକାଳୁ କୋହଲା ପାଗ ପରେ ଲାଗି ରହିଛି ବର୍ଷା। ଆଜି ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ରାତିରେ ପାଗ ଭଲ ଥିବାବେଳେ ଶୁକ୍ରବାର ଭୋର ସମୟରୁ ହଠାତ ପାଗ ପରିବର୍ତ୍ତନ ହୋଇଯାଇଛି।

ରାଜଧାନୀ ଭୁବନେଶ୍ଵରରେ ଶୁକ୍ରବାର ସକାଳୁ କୋହଲା ପାଗ ଲାଗି ରହିଛି। ଗତକାଲି ଦୀପାବଳି ପାଳନ ହୋଇଥିବାବେଳେ ଆଜି ମାଆ କାଳୀଙ୍କ ପୂଜାର୍ଚ୍ଚନା ଚାଲିଛି। ଅନେକ ଲୋକ ସେମାନଙ୍କ ଗାଡ଼ି ପୂଜା ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି। ତେବେ ସକାଳୁ ସକାଳୁ ବର୍ଷା ଲାଗିରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।

ଭୋରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଥିବାବେଳେ ରାସ୍ତାଘାଟରେ ଯାନବାହନ ଚଳାଚଳ ଏକପ୍ରକାର କମ ଦେଖିବାକୁ ମିଳିଛି। ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Comments are closed.