ନୂଆଦିଲ୍ଲୀ: ମାସ ଆରମ୍ଭରୁ ଝଟ୍କା। ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼। ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୬୨ ଟଙ୍କା ବଢ଼ିଛି। ଆଜିଠୁ ଏହି ନୂଆ ଦର ଲାଗୁ ହେବ ।
ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୭୪୦ ଟଙ୍କାରୁ ବଢ଼ି ୧୮୦୨ ଟଙ୍କାରେ ପହଞ୍ଚିଛି l ସେହିପରି ନୂଆ ଦର ଲାଗୁ ହେବା ପରେ କୋଲକାତାରେ ସିଲିଣ୍ଡର ଦାମ୍ ୧୯୧୧.୫୦ ଟଙ୍କା, ମୁମ୍ବାଇରେ ୧୭୫୪ ଟଙ୍କା ଓ ଚେନ୍ନାଇରେ ୧୯୬୪ ଟଙ୍କାରେ ପହଞ୍ଚିଛି। ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି। ଅଗଷ୍ଟ ମାସରେ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ସେପ୍ଟେମ୍ବର ମାସରେ ୩୯ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଗତ ମାସରେ ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଥିବା ବେଳେ ଚଳିତ ମାସ ୬୨ ଟଙ୍କା ବଢ଼ିଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।