Latest Odisha News

BREAKING NEWS

୬ରେ ବିଜେପିରେ ମିଶିବେ ସୁନନ୍ଦା: ଅକ୍ଟୋବର ୨୯ ରେ ବିଜେଡିରୁ ଇସ୍ତଫା ଦେଇଥିଲେ

ବରୀ: ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନଭେମ୍ବର ୬ ତାରିଖରେ ପଦ୍ମ ଧରିବେ। ୬ ତାରିଖ ପୂର୍ବାହ୍ନରେ ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବା ନେଇ  ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ୫ ମାସ ହେଲେ ଅଣଦେଖା ହୋଇ ରହିଥିବା ଅଭିଯୋଗ ଆଣି ସୁନନ୍ଦା ଦାସ ଗତ ଅକ୍ଟୋବର ୨୯ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପରେ ସେ ଦଳର ଅନେକ ଗୁମର କହି ରାଜନୈତିକ ଉଷ୍ମତା ସୃଷ୍ଟି କରିଥିଲେ। ବିଜେଡ଼ିର ଟାଣୁଆ ନେତା ମାନଙ୍କ ବିରୋଧରେ ମନଇଚ୍ଛା ବର୍ଷିଥିଲେ। ଏପରିକି ଗତ ନିର୍ବାଚନରେ ଟିକେଟ ବଣ୍ଟନର ପୂର୍ବଦିନ  ତାଙ୍କୁ ଡାକି ଅଲ୍‌ ଦି ବେଷ୍ଟ କହି ତା’ ପରଦିନ ତାଲିକାରେ ତାଙ୍କ ନଥିବା କଥା ମଧ୍ୟ କହିଥିଲେ।

 

ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀର ବିଧାୟିକା ରହିଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ମିଳିଥିଲା।

Comments are closed.