Latest Odisha News

ଆସନ୍ତାକାଲିଠୁ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ

କଟକ: ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ଅର୍ଥାତ୍ ଆସନ୍ତାକାଲି ଠାରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ସେହିପରି ଫର୍ମ ପୂରଣର ଶେଷ ତାରିଖ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିଛି।

ତେବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆସନ୍ତାକାଲି ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଠାରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମ ପୂରଣ କରିପାରିବେ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ। ତେବେ ଏନେଇ ସମସ୍ତ ସୂଚନା www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି ।

ପରୀକ୍ଷା ଦେବାକୁ ଥିବା ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କାଲିଠାରୁ ଆରମ୍ଭ ହେବ। ହେଲେ କରେସପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍‌ଲାଇନ୍‌ରେ ଫର୍ମପୂରଣ କରିବେ ବୋଲି  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.