Latest Odisha News

BREAKING NEWS

ଛୁଆ ସହ ଆତ୍ମହତ୍ଯା କଲେ କ୍ୟାବ ଡ୍ରାଇଭର, ସ୍ତ୍ରୀଙ୍କୁ ଫାଶୀ ଦେବାକୁ… 

ଲକ୍ଷ୍ନୌ: ୟୁପିର ବୁଲନ୍ଦଶହରରେ ଜଣେ କ୍ୟାବ ଡ୍ରାଇଭର ନିଜର ଦୁଇ ଶିଶୁଙ୍କ ସହ ଆତ୍ମହତ୍ଯା ଉଦ୍ୟମ କରିଛନ୍ତି।

ସୂଚନା ଅନୁଯାୟୀ, ପତ୍ନୀଙ୍କ ନିର୍ଯାତନା ସହି ନପାରି ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ୬ମାସ ଧରି ପୁନିତଙ୍କ ପତ୍ନୀ ବାପା ଘରେ ରହିଆସୁଥିଲେ। ଦୀପାବଳି ପୂର୍ବଦିନ ସେ ପତ୍ନୀକୁ ଆଣିବାକୁ ଘରକୁ ଯାଇଥିବା ବେଳେ ସେ ଆସିବାକୁ ମନା କରିଦେଇଥିଲେ। ଆଉ ଦୁଇ ପିଲାଙ୍କୁ ଦେଇ କହିଥିଲେ ଏମାନଙ୍କୁ ନେଇଯାଅ। ଯାହା ଫଳରେ ଅତ୍ୟଧିକ ଭାଙ୍ଗି ପଡିଥିଲେ ସ୍ବାମୀ ଜଣକ।

ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହିଛନ୍ତି, ଘରେ ଥିବା ମୋର ବୁଢ଼ୀ ମା’ ପାଖରେ ଦୁଇ ପିଲାଙ୍କୁ ଛାଡ଼ିବା ସମ୍ଭବ ନୁହେଁ କାରଣ ସେ ନିଜେ ବସି ଉଠି ପାରୁ ନାହାନ୍ତି। ସ୍ତ୍ରୀ ତ ପିଲାଙ୍କ ଯତ୍ନ ନେଉ ନାହିଁ ତା ପାଖରେ ଛାଡ଼ି ବି କିଛି ଲାଭ ନାହିଁ। ତେଣୁ ବାଧ୍ୟ ହୋଇ ମୁଁ ବିଷ ପିଇ ମୋ ପୁଅ ଓ ଝିଅ ସହିତ ମିଶି ଜୀବନ ହାରି ଦେଉଛି।’

ତେବେ ଏଥିପାଇଁ ଯୁବକ ଜଣକ ନିଜ ପତ୍ନୀଙ୍କୁ ଦାୟୀ କରିଥିଲେ ଏବଂ ପୋଲିସଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯୁବକ ଜଣକ କହିଛନ୍ତି ଯେ ଅତି କମରେ ତାଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ହେବା ଉଚିତ୍।

ପୁନିତ ଓ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ଯ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇ ଦେଇଥିବା ଜଣାପଡିଛି।

Comments are closed.