Latest Odisha News

BREAKING NEWS

ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୁବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା’ ହୋଇଛି ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ ।

ତେବେ କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରାଯାଉଛି ।

ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ । ବନ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇଥିଲେ । ରୂପା ରହୁଥିବା ଏନକ୍ଲୋଜରରେ ଅଲଗା କରି ରଖିଥିଲେ । ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ଖୁଆଡୋ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ବର୍ତ୍ତମାନ ମଧ୍ୟ ନନ୍ଦନକାନନର ସ୍ଵତନ୍ତ୍ର ଟିମ୍ କଡ଼ା ନଜର ରଖିଛନ୍ତି ।

ସାଧାରଣତଃ ଏହି ପ୍ରଜାତିର ବାଘ ୯୫ରୁ ୧୦୫ଦିନ ଗର୍ଭଧାରଣ କରି ବାଘୁଣୀ ଏକକାଳୀନ ୨ରୁ ୪ଟି ଶାବକ ଜନ୍ମ ଦେଇଥାନ୍ତି ।

Leave A Reply

Your email address will not be published.