କନ୍ଧମାଳ : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ବିଜେପି ବିଜେଡ଼ିର ପ୍ରତିକ୍ରିୟା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ ଚାହୁଁଥିବା ବେଳେ ରାଶାନ ଚାଉଳ ନପାଇବାରୁ ସେମାନେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇ ମୃତ୍ୟୁ ମୁଖରେ ପଡିଥିବା ବିଜେଡ଼ି ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି। ଏହାକୁ କଡା ବିରୋଧ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ଯୋଗାଣ ପାଇଁ ସେମାନଙ୍କ ମୃତ୍ୟୁ ହୋଇନାହିଁ। ବରଂ ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ଯ। ଏହାକୁ ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି । ସେମାନଙ୍କର ଫୁଡ଼ ପଏଜନ ଜନିତ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମଧ୍ୟ ଦେଇଛନ୍ତି। ଚାଉଳ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି।
ସେ ଆହୁରି କହିଛନ୍ତି, ସେମାନେ ୩ ମାସର ଚାଉଳ ନେଇଛନ୍ତି। ବିରୋଧିଙ୍କ କହିବା ଅନୁଯାୟୀ ଚାଉଳ ଅଭାବରୁ ମୃତ୍ୟୁ ମିଥ୍ୟା ବୋଲି ସେ କହିଛନ୍ତି। ସେହିପରି ଭାବେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏନେଇ ଏକ ପ୍ରେସମିଟ କରି ବିଜେଡିକୁ କଡା ନିନ୍ଦା କରିଛନ୍ତି। ଚାଉଳ ବଣ୍ଟନର ତିନି ମାସିଆ ବ୍ୟବସ୍ଥା ବିଜେଡ଼ି କରିଥିବା ସେ କହିଛନ୍ତି। ବିଜେଡ଼ି ଏପରି କହି ନିଜର ବିଫଳତାକୁ ପରିପ୍ରକାଶ କରୁଥିବା ସେ କହିଛନ୍ତି।
Comments are closed.