Latest Odisha News

BREAKING NEWS

ୱାଙ୍ଖେଡରେ ଇତିହାସ ରଚି ପାରିବ ତ ଟିମ ଇଣ୍ଡିଆ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୧୭୧ ରନ କରି ୧୪୩ ରନର ଅଗ୍ରଣୀ ହାସଲ କରିଛି । ହାତରେ ବାକି ଥିବା ଗୋଟିଏ ୱିକେଟରେ ନ୍ୟୁଜିଲାଣ୍ଡ ଅଧିକରୁ ଅଧିକ ରନ ସଂଗ୍ରହ କରିବାକୁ ଚାହୁଁଥିବା ବେଳେ ଭାରତ ଏହି ୱିକେଟ ଶୀଘ୍ର ଖସାଇବାକୁ ପଡିବ । ୱାଙ୍ଖେଡରେ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ଏତେଟା ସହଜ ନୁହେଁ । ବଲ ଟର୍ଣ୍ଣ କରୁଥିବାରୁ ବ୍ୟାଟ୍ସମ୍ୟାନଙ୍କୁ ରନ ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

୨୪ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଏଠାରେ ୧୬୩ ରନ ଚେଜ କରି ଇତିହାସ ରଚିଛି । ଏହା ବ୍ୟତୀତ ଅନ୍ୟ କୌଣସି ମୁକାବିଲାରେ ୧୫୦ରୁ ଊର୍ଦ୍ଧ୍ୱ ରନ ଚେଜ ହୋଇ ନାହିଁ । ୧୯୮୦ରେ ଇଂଲଣ୍ଡ ୯୬ ରନ, ୨୦୧୨ରେ ଇଂଲଣ୍ଡ ୫୮ ରନ, ୧୯୮୪ରେ ଭାରତ ୫୧ ରନ ଓ ୨୦୦୧ରେ ଅଷ୍ଟ୍ରେଲିଆ ୪୭ ରନ ଚେଜ କରି ବିଜୟ ହାସଲ କରିଛନ୍ତି । ଭେଟେରାନ ସ୍ପିନର ଅନୀଲ କୁମ୍ବଲେ ମଧ୍ୟ କହିଛନ୍ତି ଏଠାରେ ଚେଜ କରିବା ଏତେଟା ସହଜ ନୁହେଁ । ଯଶସ୍ୱୀ ଜୈସୱାଲ ପ୍ରଦର୍ଶନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.