ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଭିଭିଆଇପି କଲୋନୀରେ ଶନିବାର ସନ୍ଧ୍ୟାରେ ଜଣେ ଆଇଏଏସ୍ ଅଧିକାରୀଙ୍କ ସରକାରୀ କ୍ୱାର୍ଟରରେ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଦୁବୁର୍ତ୍ତମାନେ ଆଇଏଏସ ଅଧିକାରୀ ପ୍ରଶାନ୍ତ ରେଡ୍ଡୀଙ୍କ କ୍ୱାର୍ଟର୍ସର ମୁଖ୍ୟ ଗ୍ରିଲର ତାଲା ଭାଙ୍ଗି ପ୍ରବେଶ କରିଥିଲେ। ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ପହଞ୍ଚିଯାଇଥିଲେ। ଯାହାଫଳରେ ସେମାନେ ପଛପଟରୁ ପଳାଇଯାଇଥିଲେ।
“ମୁଁ ରାତି ପ୍ରାୟ ୮.୧୫ ସମୟରେ କ୍ୱାର୍ଟର୍ସରେ ପହଞ୍ଚିଲି, ମୁଁ ଦେଖିଲି ତାଲା ଭାଙ୍ଗି ଯାଇଛି ଏବଂ କ୍ୱାର୍ଟର୍ସ ଭିତରେ ଥିବା ଲାଇଟ୍ ସୁଇଚ୍ ଅନ ହୋଇଛି। ମୁଁ ସଙ୍ଗେ ସଙ୍ଗେ ମୋ ଅଫିସ୍ ଏବଂ ଆଇଏଏସ୍ ଅଧିକାରୀଙ୍କ ରୋଷେୟାକୁ ଜଣାଇଥିଲି। ନିକଟରେ ଥିବା କ୍ୱାର୍ଟରରେ ରହୁଥିବା ଅନ୍ୟ ଜଣେ ଆଇଏଏସ୍ ଅଧିକାରୀ ପୋଲିସ ସହ ଏଠାକୁ ଆସିବା ବେଳକୁ ଚୋରମାନେ ପଛପଟୁ ପଳାଇ ଯାଇଥିଲେ” ବୋଲି ସୁରକ୍ଷା କର୍ମୀ ପ୍ରଦୀପ ସାମଲ ଗଣମାଧ୍ୟମକୁ କହିଛନ୍ତି।
Comments are closed.