Latest Odisha News

BREAKING NEWS

ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦଙ୍କର ଗଳିତ ମୃତଦେହ ଉଦ୍ଧାର 

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ଆଉ ନାହାଁନ୍ତି। ଏହି ନିର୍ମାତା ଜଣକ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ କର୍ଣ୍ଣାଟକର ତାଙ୍କ ଘରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଚଳଚ୍ଚିତ୍ର ନିର୍ମାତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ‘ଏଡେଲୁ ମଞ୍ଜୁନାଥ’ ଏବଂ ‘ଡାଇରେକ୍ଟର ସ୍ପେଶାଲ୍’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଥିଲେ। ବେଙ୍ଗାଲୁରୁର ମଦନୟାକନା ହଲୀରେ ଥିବା ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି। ଆର୍ଥିକ ଅନଟନ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ତେବେ ଗୁରୁପ୍ରସାଦଙ୍କର ହଠାତ୍ ଦେହାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ତାଙ୍କ ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଅଧିକାରୀମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ସେ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି।

ଚଳଚ୍ଚିତ୍ର ନିର୍ମାତା ବ୍ୟତୀତ ଗୁରୁପ୍ରସାଦ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଦେହାନ୍ତ ପୂର୍ବରୁ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଡିମା’ର ସୁଟିଂରେ ବ୍ୟସ୍ତଥିଲେ।

Comments are closed.