ମୁମ୍ବାଇ: ବର୍ତ୍ତମାନ ଯାହା ପାଟିରେ ଶୁଣିବା କେବଳ ଜଣଙ୍କ ନାଁ l ଆଉ ସେ ହଉଛନ୍ତି ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଅଭିନେତା କାର୍ତ୍ତିକ ଆର୍ଯ୍ୟନ l ଭୁଲ ଭୁଲେୟା-୩ କୁ ନେଇ ଏବେ ଚାରିଆଡେ କାର୍ତ୍ତିକଙ୍କ ଚର୍ଚ୍ଚା l ଆଉ ସେପଟେ ବକ୍ସ ଅଫିସରେ ଧମାଲ କରୁଛି କାର୍ତ୍ତିକଙ୍କ ଅଭିନୀତ ଚଳଚ୍ଚିତ୍ର ଭୁଲ ଭୁଲେୟା-୩ l ତେବେ ନିକଟରେ କମେଡି ଶୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍’ରେ ପହଞ୍ଚି ଥିଲେ ଅଭିନେତା କାର୍ତ୍ତିକଙ୍କ ସହ ଚଳଚ୍ଚିତ୍ରର ଅନ୍ୟ ତାରକା ତଥା ବିଦ୍ୟା ବାଲାନ, ତୃପ୍ତି ଡିମରୀ, ରାଜପାଲ ଯାଦବ ଏବଂ ଫିଲ୍ମର ନିର୍ଦ୍ଦେଶକ ଅନିସ୍ ବାଜମି l ଏହି ସମୟରେ ଅଭିନେତା ତାଙ୍କ ନୂଆ ଗର୍ଲଫ୍ରେଣ୍ଡର ନାମ ପ୍ରକାଶ କରିଥିଲେ।
ବାସ୍ତବରେ, ଶୋ ସମୟରେ କପିଲ ଶର୍ମା ପାଞ୍ଚ ଜଣ ଅତିଥିଙ୍କ ସହ ଟ୍ରୁଥ୍ ଓ ଡେୟାର ଖେଳୁଥିଲେ l ସେତେବେଳେ କାର୍ତ୍ତିକଙ୍କୁ ବିଦ୍ୟା ଏକ ପ୍ରଶ୍ନ ପଚାରିଥିଲେ ଯେଉଁଥିରେ କାର୍ତ୍ତିକଙ୍କ ସତ କହିବାକୁ ପଡିଥିଲା l ବିଦ୍ୟା ତାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡର ନାମ ପଚାରିଥିଲେ l ଶୋରେ ବିଦ୍ୟା କହିଛନ୍ତି ଯେ, ଯେତେବେଳେ ସେମାନେ ‘ଭୁଲ ଭୁଲେୟା-୩’ର ସୁଟିଂ କରୁଥିଲେ, ସେତେବେଳେ ଯେବେ ବି ଟିକେ ସମୟ ମିଳୁଥିଲା କାର୍ତ୍ତିକ ତାଙ୍କ ଫୋନରେ ବ୍ୟସ୍ତ ରହୁଥିଲେ l ଯେତେବେଳେ ଆମେମାନେ କାର୍ତ୍ତିକ କଣ କଥା ହେଉଛନ୍ତି ବୋଲି ଶୁଣିବାକୁ ଚେଷ୍ଟା କଲୁ ସେତେବେଳେ ଆମେ କେବଳ “ମି’ ଟୁ, ମି’ ଟୁ” ଶୁଣିବାକୁ ପାଇଥିଲୁ l ସେଥିରୁ ଆମେ ମାନେ ଅନୁମାନ କଲୁ ଯେ ସେ କାହାକୁ “ଲଭ ୟୁ, ମି ଟୁ” କହୁଛନ୍ତି l ଏହି କଥାର ଉତ୍ତରରେ କାର୍ତ୍ତିକ ମଜାରେ ତାଙ୍କ ନାଁ ମିତୁ ବୋଲି କହିଛନ୍ତି l ତେବେ ଏହି ସମୟ ମଧ୍ୟରେ କାର୍ତ୍ତିକଙ୍କ ମା ମାଲା ତିୱାରୀ ମଧ୍ୟ ଏହି ଶୋ’ରେ ପହଞ୍ଚିଥିଲେ। ଦର୍ଶକଙ୍କ ମଧ୍ୟରେ ବସିଥିବା କାର୍ତ୍ତିକଙ୍କ ମା ମନ୍ତବ୍ୟ ଦେଇ କହିଥିଲେ, “ଆପଣ ମାନେ କାହାର ନାଁ ନେବେ, ଜଣେ ଝିଅ ହୋଇଥିଲେ ସିନା ନାଁ କହିଥାନ୍ତି, ତାଙ୍କ ଜୀବନରେ ତା ଅନେକ ଝିଅ ଅଛନ୍ତି l” ଯାହାକୁ ନେଇ ପ୍ରଶଂସକ ନିଜ ହସକୁ ରୋକି ପାରିନଥିଲେ l
ଦୀପାବଳି ଅବସରରେ ନଭେମ୍ବର ୧ ତାରିଖରେ ସାରା ଦେଶରେ ରିଲିଜ ହୋଇଥିଲା ‘ଭୁଲ ଭୁଲୈୟା-୩’ l କାର୍ତ୍ତିକ ଆର୍ଯ୍ୟଙ୍କ ଭୟଙ୍କର କମେଡି ଫିଲ୍ମ ‘ଭୁଲ ଭୁଲୈୟା-୩’ର ନିର୍ଦ୍ଦେଶନା ଦେଇଛନ୍ତି ଅନିଜ ବିଜମି । ଚଳଚିତ୍ରରେ କାର୍ତ୍ତିକଙ୍କୁ ପୁଣିଥରେ ‘ରୁହ ବାବା’ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ କିଛି ପୁରୁଣା ଚେହେରା ନଜର ଆସିଥିବା ବେଳେ କିଛି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳିଛି। ଯେଉଁମାନେ ନିଜର ଚମତ୍କାର ଅଭିନୟ ସହିତ ଫିଲ୍ମରେ ଦମଦାର ପ୍ରଦର୍ଶନ କରିଛନ୍ତି l ଚଳଚିତ୍ରରେ କାର୍ତ୍ତିକ ଏବଂ ରାଜପାଲ ଯାଦବଙ୍କ ବ୍ୟତୀତ ବିଜୟ ରାଜ,ତୃପ୍ତି ଡିମ୍ରି, ବିଦ୍ୟା ବାଲନ ଏବଂ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି, ଯାହାର ଦର୍ଶକଙ୍କ ହୃଦୟ ଜିତିଛି।