Latest Odisha News

୧୪ ବିଧାନସଭା ଆସନ ପାଇଁ ବଦଳିଲା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୧୪ ଟି ବିଧାନସଭା ଆସନ ପାଇଁ ବଦଳିଛି ଉପନିର୍ବାଚନ ତାରିଖ।  ଉତ୍ତରପ୍ରଦେଶ, ପଞ୍ଜାବ ଏବଂ କେରଳର ୧୪ ଟି ବିଧାନସଭା ଆସନ ପାଇଁ ପରିବର୍ତ୍ତନ କରାଯାଇଛି ଉପ-ନିର୍ବାଚନର ତାରିଖ। ଏହି ଆସନଗୁଡିକରେ ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବିଭିନ୍ନ ପର୍ବ କାରଣରୁ କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ ତାରିଖ ନଭେମ୍ବର ୧୩ରୁ ନଭେମ୍ବର ୨୦କୁ ପରିବର୍ତ୍ତନ ହୋଇଛି। ଫଳାଫଳ ୨୩ ନଭେମ୍ବରରେ ଆସିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ, ବିଜେପି, ବିଏସପି, ଆରଏଲଡି ଏବଂ ଅନ୍ୟାନ୍ୟ ଜାତୀୟ ତଥା ରାଜ୍ୟସ୍ତରୀୟ ଦଳଙ୍କ ଅନୁରୋଧ କ୍ରମେ କମ ମତଦାନ ସମ୍ଭାବନାକୁ ଏଡ଼ାଇବା ପାଇଁ ନିର୍ବାଚନ ଆୟୋଗ କେରଳ, ପଞ୍ଜାବ ଏବଂ ତିନୋଟି ରାଜ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନ ସ୍ଥିର କରିଛନ୍ତି। ପ୍ରକାଶ ପର୍ବ ଏବଂ ତୁଳସୀ ବିବାହ ପରି ପର୍ବ କାରଣରୁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି। କେରଳର ପଲକ୍କଡ, ପଞ୍ଜାବର ଡେରା ବାବା ନାନକ, ଚାବୱାଲ, ଗିଦରବାହା ଏବଂ ବର୍ଣ୍ଣଲା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି। ଏହା ସହିତ ଉତ୍ତରପ୍ରଦେଶର ମିରାପୁର, କୁଣ୍ଡାର୍କି, ଗାଜିଆବାଦ, ଖୈର, କରହଲ, ସିସାମାଉ, ଫୁଲପୁର, କଟେହରୀ ଏବଂ ମଜଗୱାନରେ ମତଦାନ ତାରିଖ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.