Latest Odisha News

BREAKING NEWS

ନଭେମ୍ବର ୨୧ରୁ ଆରମ୍ଭ ହେବ ଖରିଫ ଧାନ କିଣା

ଭୁବନେଶ୍ୱର: ନଭେମ୍ବର ୨୧ରୁ ଖରିଫ ଧାନର କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷକମାନଙ୍କଠାରୁ ଖରିଫ ଧାନ କ୍ରୟ ପ୍ରକ୍ରିୟା ବରଗଡରୁ ଆରମ୍ଭ ହେବ।

ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଖରିଫ ଧାନ କିଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ କ୍ୱିଣ୍ଟାଲ ଧାନ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। କ୍ୱିଣ୍ଟାଲ ଧାନ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଇନପୁଟ୍ ସହାୟତା ଭାବରେ ୮୦୦ ଟଙ୍କା ଦେବେ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବାଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ। ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.