ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଲିନୀଙ୍କ ସମ୍ପର୍କରେ ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ବିବୃତ୍ତିକୁ ଗମ୍ଭୀରତାର ସହ ନେଇଛି ଏବଂ ବିବୃତ୍ତି ଦେଇଥିବା ଆପ୍ ବିଧାୟକଙ୍କ ବିରୋଧରେ କେଜ୍ରିୱାଲଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କ’ଣ ରହିଛି ପୁରା ଘଟଣା?
ହେମା ମାଲିନୀଙ୍କ ଉପରେ ମନ୍ତବ୍ୟ ଦେଇ ଉତ୍ତମନଗର ବିଧାୟକ ନରେଶ ବାଲ୍ୟାନ ଅଡୁଆରେ ଫସିଥିବା ଜଣାପଡିଛି । ମହିଳାଙ୍କୁ ଅପମାନିତ କରିଥିବାରୁ ଅରବିନ୍ଦ କେଜ୍ରିୱାଲ ଆପ୍ ବିଧାୟକଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଏକ ଭାଇରାଲ ଭିଡିଓରେ ଆପ୍ ବିଧାୟକ ନରେଶ ବାଲ୍ୟାନ କହିଛନ୍ତି ଯେ, ‘ମାସର ୩୫ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହେବ, ‘ଉତ୍ତମନଗରର ରାସ୍ତା ହେମା ମାଲିନୀଙ୍କ ଗାଲ ପରି ତିଆରି ହେବ’। ଏହି ମନ୍ତବ୍ୟ ପରେ ରାଜନୀତି ମୋହାଲୋ ସରଗରମ ହୋଇଛି । ତେବେ ଏହି ଘଟଣା ପରେ ବର୍ତ୍ତମାନ ସୁଦ୍ଧା ନରେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।