Latest Odisha News

BREAKING NEWS

ଟି୨୦: ବିଶ୍ୱ ଚାମ୍ପିୟନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କାହାର ପଲା ରହିବ ଭାରୀ

ଡର୍ବାନ: ଟି୨୦ ବିଶ୍ୱଚାମ୍ପିୟନ ଭାରତୀୟ କ୍ରିକେଟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏହି ଗସ୍ତରେ ଭାରତ ୩ଟି ଟି୨୦ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ଟି୨୦ ବିଶ୍ୱକପ ଫାଇନାଲ ପରାଜୟର ମଧୂର ପ୍ରତିଶୋଧ ନେବାକୁ ଚାହିଁବ । ଡର୍ବାନର କିଙ୍ଗସମେଡ ଗ୍ରାଉଣ୍ଡରେ ୨୨ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ ଥର ବିଜୟ ହାସଲ କରିଛନ୍ତି । ଚେଜ କରିଥିବା ଟିମ ୯ଥର ଜିତିଛନ୍ତି । ୨ଟି ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । କିଙ୍ଗସମେଡ ପିଚରେ ଆଭରେଜ ସ୍କୋର ୧୫୩ ରନ ରହିଛି । ୨୨୬ ସର୍ବାଧିକ ସ୍କୋର ରହିଥିବା ବେଳେ ୭୩ ସର୍ବନିମ୍ନ ରହିଛି ।

ପୂର୍ବରୁ ଏହି ପିଚରେ ରନ କରିବା କଷ୍ଟକର ହେଉଥିବା ବେଳେ ଏବେ କିନ୍ତୁ ଭଲ ସ୍କୋର ହେଉଛି । ଯାହାକି ମୁକାବିଲାକୁ ରୋମାଂଚକର କରିବ ବୋଲି ଆଶା କରାଯାଉଛି । ଦୁଇ ଯୁବ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଏଡେନ ମାର୍କରାମଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିବ ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମନଦୀପ ସିଂ, ବରୁଣ ଚକ୍ରବର୍ତି, ରବି ବିଶ୍ନୋଇ, ଅର୍ଶଦୀପ ସିଂ, ବିଜୟକୁମାର ବ୍ୟାଶ, ଆଭେଶ ଖାଁ, ୟଶ ଦଲାଲ ।

Comments are closed.