ବାରଣାସୀ: ବାରଣାସୀର ଭଦାଇନି ଅଞ୍ଚଳରେ ନିଜ ପରିବାରର ଚାରିଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ରାଜେନ୍ଦ୍ର ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ନୀତୁ, ଝିଅ ଏବଂ ଦୁଇ ପୁଅଙ୍କ ସହ ଭଦାଇନିରେ ଥିବା ପାୱାର ହାଉସ ରାସ୍ତାରେ ରହୁଥିଲେ। ମଙ୍ଗଳବାର ଦିନ ପଡୋଶୀମାନେ ରାଜେନ୍ଦ୍ରଙ୍କ ଘରର କବାଟ ଖୋଲା ନଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ରାଜେନ୍ଦ୍ରଙ୍କ ଘରେ ପହଞ୍ଚିବା ପରେ ନୀତୁ ତାଙ୍କ ତିନି ପିଲାଙ୍କ ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। କିନ୍ତୁ ରାଜେନ୍ଦ୍ର ଘରେ ନଥିଲେ।
ସୂଚନା ମୁତାବକ, ମଦ ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ତାନ୍ତ୍ରିକଙ୍କ ପରାମର୍ଶରେ ତାଙ୍କ ପରିବାର ବର୍ଗଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ରାଜେନ୍ଦ୍ର ଗୁପ୍ତାଙ୍କ ମୃତଦେହ ମେରାପୁର ଲାଥିଆର ଏକ ଅର୍ଦ୍ଧ ନିର୍ମିତ ଘରେ ମିଳିଥିବା ଜଣାପଡିଛି। ଯାହା ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୋଲିସ ଉକ୍ତ ତାନ୍ତ୍ରିକକୁ ଖୋଜିବାରେ ଲାଗିଛି। ଯାହା ସହ ରାଜେଶ ମିଳାମିଶା କରୁଥିଲେ।