Latest Odisha News

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। କମଲା ହାରିସଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିବା ବେଳେ ଟ୍ରମ୍ପ ବାଜିମାତ କରିଥିଲେ। ତେବେ ଆସନ୍ତୁ ଜାଣିବା କିଏ ଏହି ଜେଡି ଭାନ୍ସ, ଆଉ ଭାରତ ସହିତ କଣ ରହିଛି ଲିଙ୍କ…

ଜେଡି ଭାନ୍ସ ପ୍ରଥମେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ନଥିଲେ। ଏକ ସମୟ ଥିଲା ଯେତେବେଳେ ଜେଡି ଭାନ୍ସ ଡୋନାଲ୍ଡ ଟ୍ରମ୍ପଙ୍କୁ ହିଟଲର କହିବା ସହ ତାଙ୍କ ପ୍ରାର୍ଥୀତ୍ୱକୁ ମଧ୍ୟ ବିରୋଧ କରିଥିଲେ।

ଜେମ୍ସ ଡେଭିଡ ଭାନ୍ସ ୨ ଅଗଷ୍ଟ ୧୯୮୪ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ଆଉ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ସହଯୋଗୀ ଭାବରେ ଜେଡି ଭାନ୍ସ ଉଭା ହୋଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ୨୦୨୪ର ଫଳାଫଳ ପରେ ଜେଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ୨୦୨୩ ପରଠାରୁ ଓହିଓରୁ ଜୁନିଅର ୟୁନାଇଟେଡ ଷ୍ଟେଟ୍ସର ସିନେଟର ଭାବରେ କାର୍ଯ୍ୟ କରିଥିଲେ।

୨୦୧୬ ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ଜେଡି ଭାନ୍ସ ବିରୋଧ କରିଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି ହେବା ପରେ ଜେଡି ଟ୍ରମ୍ପଙ୍କ ଦୃଢ ସମର୍ଥକ ହୋଇଥିଲେ। ଡେମୋକ୍ରାଟିକ୍ ପ୍ରାର୍ଥୀ ଟିମ୍ ରିଆନଙ୍କୁ ପରାସ୍ତ କରି ଜେଡି ଭାନ୍ସ ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରର ସିନେଟ ନିର୍ବାଚନରେ ​​ଜିତିଥିଲେ।

ଜେଡି ଭାନ୍ସଙ୍କ ପତ୍ନୀ ଉଷା ଜଣେ ହିନ୍ଦୁ। ଉଷାଙ୍କ ଘର ଆନ୍ଧ୍ର ପ୍ରଦେଶର ବାଦଲୁରୁ ଗାଁରେ।  ୩୮ ବର୍ଷିୟ ଉଷାଙ୍କ ପିତାମାତା ୧୯୭୦ ଦଶକରେ ଆମେରିକା ଯାଇଥିଲେ ଏବଂ ବର୍ତ୍ତମାନ ସାନ ଡିଏଗୋରେ ଇଞ୍ଜିନିୟରିଂ ଏବଂ ଆଣବିକ ଜୀବ ବିଜ୍ଞାନ ଶିକ୍ଷା ଦେଉଛନ୍ତି।

ୟେଲରେ ପଢୁଥିବା ସମୟରେ ଭାନ୍ସ, ଉଷା ଚିଲୁକୁରିଙ୍କୁ ଭେଟିଥିଲେ। ଏହା ପରେ ଦୁହେଁ ୨୦୧୪ରେ ବିବାହ କରିଥିଲେ। ଉଭୟଙ୍କର ୩ ଜଣ ସନ୍ତାନ ଅଛନ୍ତି। ଅପରପକ୍ଷରେ ଜେଡି ଭାନ୍ସ ଉପ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ତାଙ୍କ ପତ୍ନୀ ଆମେରିକାର ଦ୍ୱିତୀୟ ମହିଳାର ଆଖ୍ୟା ପାଇବେ।

 

Comments are closed.