ମୁମ୍ବାଇ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୩୮୫ ରନ ସଂଗ୍ରହ କରିନେଇଛି । ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଶ୍ରେୟାଶ ଆୟାର ୧୬୪ ବଲରେ ୧୫୨ ରନ ଓ ସିଦ୍ଧେଶ ଲାଡ ୧୧୬ ରନ କରି ଅପରାଜିତ ରହିଛନ୍ତି । ଶ୍ରେୟାଶ ତାଙ୍କ ଇନିଂସରେ ୧୮ଟି ଚୌକା ଓ ୪ଟି ଛକା ମାରିଥିଲେ । ଅଙ୍ଗକ୍ରିଷ ରଘୁବଂଶୀ ୯୨ ରନ କରି ଆଉଟ ହୋଇଥିଲେ । ଓଡିଶା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବିପ୍ଲବ ସାମନ୍ତରାୟ ୨ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।
୧୫୪ ରନରେ ମୁମ୍ବାଇ ୩ଟି ୱିକେଟ ହରାଇବା ପରେ ଶ୍ରେୟାଶ ଓ ସିଦ୍ଧେଶ ଇନିଂସ ସମ୍ଭାଳିଥିଲେ । ସେମାନେ ୪.୬ ରନ ହାରରେ ୨୩୧ ରନ ଯୋଗ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଉଭୟ ଶତକ ହାସଲ କରି ଅପରାଜିତ ରହିଛନ୍ତି । ବିପ୍ଲବ ବିପକ୍ଷ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ଡକରେ ଆଉଟ କରାଇଥିବା ବେଳେ ରଘୁବଂଶୀଙ୍କୁ ଶତକ କରାଇ ଦେଇ ନ ଥିଲେ । ଓଡିଶା ଅଧିନାୟକ ୭ଜଣ ବୋଲରଙ୍କୁ ବ୍ୟବହାର କରାଇଥିଲେ ।