କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।
ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ୫ ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆ ଓ ବାଡିରେ ପିଟିଥିଲେ। ଯାହା ଫଳରେ ତାଙ୍କ ପିଠି, ହାତ ଏବଂ ଗୋଡରେ ଆଘାତ ଲାଗିଛି। ତେବେ ଆହତ ଛାତ୍ର ବିଶ୍ୱଜିତ ବେହେରା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ୫ ଜଣ ସିନିଅର୍ ଛାତ୍ର ପଶି ହଷ୍ଟେଲ କବାଟ ଭଙ୍ଗା ରୁଜା କରିଥିଲେ। ଜଣେ ଜୁନିଅର ଛାତ୍ର ପ୍ରତିବାଦ କରିବାରୁ ତାଙ୍କୁ ଲୁହାରଡ଼ ଏବଂ ବାଡ଼ିରେ ପିଟିଥିଲେ ସିନିଅର୍ ଛାତ୍ର। ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଛାତ୍ର ଜଣଙ୍କ ପୂର୍ବରୁ ମଧ୍ୟ ରାଗିଂର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ।