ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳର ଜଲଜ ସକ୍ସେନା ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ରଣଜୀରେ ୬୦୦୦ ରନ ଓ ୪୦୦ ୱିକେଟ ଅକ୍ତିଆର କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମୁକାବିଲାରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ୩୭ ବର୍ଷୀୟ ଜଲଜ ୧୩ତମ ବୋଲର ଭାବେ ୪୦୦ ୱିକେଟ ହାସଲ କରିଛନ୍ତି । ୨୦୦୫ରେ ସେ ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ମଧ୍ୟପ୍ରଦେଶ ପକ୍ଷରୁ ୨୦୧୬-୧୭ ସିଜନରେ ୧୫୯ ୱିକେଟ ୪୦୪୧ ରନ କରିଥିଲେ । ଏହା ପରେ ସେ କେରଳ ପକ୍ଷରୁ ଖେଳିଥିଲେ । କେଏନ ଅନନ୍ତପଦ୍ମନାଭନଙ୍କ ପରେ ସେ କେରଳର ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।
ଘରୋଇ କ୍ରିକେଟର ସମସ୍ତ ଫର୍ମାଟରେ ସେ ୯୦୦୦ ରନ ଓ ୬୦୦ ୱିକେଟ ଅକ୍ତିଆର କରିଛନ୍ତି । ସେ ବୀନୁ ମଙ୍କଡ, ମଦନଲାଲ ଓ ପରଭେଜ ରସୁଲଙ୍କୁ ପଛରେ ପକାଇ ଦେଇଛନ୍ତି । ସୂଚନାଯୋଗ୍ୟ ରଣଜୀ ଟ୍ରଫି କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କରିବା ରେକର୍ଡ ରାଜିନ୍ଦର ଗୋଏଲଙ୍କ ନାମରେ ରହିଛି । ସେ ୬୩୭ ୱିକେଟ ନେଇଥିଲେ । ତାଙ୍କ ପଛକୁ ଏସଭେଙ୍କଟରାଘବନ (୫୩୦), ସୁନୀଲ ଯୋଶୀ(୪୭୯), ବିନୟ କୁମାର(୪୪୨) ଓ ନରେନ୍ଦ୍ର ହିରୱାନୀ (୪୪୧) ରହିଛନ୍ତି । କ୍ରମାଗତ ଭଲ ପ୍ରଦର୍ଶନ ସତ୍ୱେ ଜଲାଜଙ୍କୁ ଜାତୀୟ ଦଳରେ ଖେଳିବା ପାଇଁ ସୁଯୋଗ ମିଳି ନାହିଁ ।
Comments are closed.