କଟକ: ଐତିହାସିକ ବାଲିଯାତ୍ରା କେବଳ ଉପର ପଡ଼ିଆରେ ଆୟୋଜନ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ। କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ବୋଲି ହାଇକୋର୍ଟ କହିଛନ୍ତି।
ହାଇକୋର୍ଟ କହିଛନ୍ତି ଯେ, ବାଲିଯାତ୍ରାରେ ପ୍ରବଳ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ରାସ୍ତାର ବ୍ୟବସ୍ଥା କରିବ। ରାସ୍ତାକଡ଼ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି। ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ। ଗ୍ରୀନ କରିଡର ସମ୍ପର୍କରେ କଟକ ଜିଲ୍ଲାପାଳ କୋର୍ଟଙ୍କୁ ଅବଗତ କରିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଟକ ଜିଲ୍ଲାପାଳ ପୂର୍ବରୁ ଏନେଇ ଗଣମାଧ୍ୟମକୁ ବିସ୍ତୃତ ଏହି ସୂଚନା ଦେଇଛନ୍ତି। ଓଡ଼ିଶାର ଅନ୍ୟତମ ବଡ଼ ପର୍ବ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣାଶୁଣା। ଏହି ପର୍ବ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟ ସହିତ ସଂପର୍କ ରହିଛି।