ଭୁବନେଶ୍ବର: ୩ ଦିନ ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେଲା ରାଜ୍ୟ ସମସ୍ତ ଡାକ ସେବା । ଗତ ୩ ଦିନ ହେବ ଲିଙ୍କ ଫେଲ୍ ସମସ୍ୟା ଯୋଗୁଁ ହଇରାଣ ହେଉଥିଲେ ସାଧରଣ ଲୋକ । ଲିଙ୍କ୍ ଫେଲ ଯୋଗୁ ପୋଷ୍ଟ ଅଫିସ ଗୁଡ଼ିକରେ ଟଙ୍କା ଦେଣନେଣ ଠପ୍ ହୋଇଥିଲା । ଟଙ୍କା ଡିପୋଜିଟ ହୋଇପାରି ନଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ ଗ୍ରାହକ । ବର୍ତ୍ତମାନ ରାଜ୍ୟର ସମସ୍ତ ମୁଖ୍ୟ ଡାକ ଅଫିସ୍ କାର୍ଯ୍ୟ ସ୍ବାଭାବିକ ଚାଲିବାରୁ ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି ।
ତେବେ ଡାକଘରଗୁଡ଼ିକରେ ତିନିଦିନ ହେଲା ଲିଙ୍କ୍ ନଥିବାରୁ କିଛି ବି ଡାକ କାମ ହୋଇପାରୁନଥିଲା । ଲୋକେ ଡାକଘରକୁ ଯାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ହେଉଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ୍ ନଥିଲା । ପ୍ରତି ଡେସ୍କ ସମ୍ମୁଖରେ ଲିଙ୍କ୍ ନଥିବା ସାଇନ ବୋର୍ଡ ମରାଯାଇ ଥିବାବେଳେ ୩ ଦିନ ହେବ ଏହାକୁ ସ୍ବାଭାବକି କରିବାରେ ବିଫଳ ହୋଇଥିଲେ ଡାକ କର୍ମଚାରୀ । ତେବେ କେଉଁ କାରଣରୁ ଏପରି ସମସ୍ୟା ଉପୁଜୁଥିଲା ତାହା କର୍ମଚାରୀ ଜାଣିପାରିନଥିବାରୁ ୩ ଦିନ ଧରି ଠପ୍ ରହିଥିଲା ଡାକ ସେବା । ଦୂର ଦୂରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବାକୁ ଆସି ଫେରିବାରୁ ଅସନ୍ତୋଷ ପ୍ରକାଶ କରୁଥିଲେ ।
Comments are closed.