Latest Odisha News

BREAKING NEWS

ବର୍ଷ ସାରା ଦିଲ୍ଲୀରେ ବାଣ ବ୍ୟାନ୍ ପ୍ରସଙ୍ଗ: ‘କୌଣସି ଧର୍ମ କେବେ ବି ପ୍ରଦୂଷଣକୁ ପ୍ରୋତ୍ସାହିତ କରିବ ନାହିଁ’

ନୂଆଦିଲ୍ଲୀ: ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । ବର୍ଷର ଅଧିକାଂଶ ସସୟ ରାଜଧାନୀ ଦିଲ୍ଲୀର ବାୟୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ବେଳେ ଶୀତ ଦିନ ଆସିଲେ ତ କଥା ସରିଲା । ବାୟୁ ମଣ୍ଡଳର ସ୍ଥିତି ଏବେ ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଥିବା ବେଳେ ଏହାକୁ ନେଇ କଠୋର ନିୟମ ଆଣିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ସେ ବାହାଘର ହେଉକି ନିର୍ବାଚନ ବିଜୟ କି କୌଣସି ଖାସ୍ ଉତ୍ସବ… ଦିଲ୍ଲୀରେ ବର୍ଷ ସାରା ବାଣ ନିଷେଧ କରାଯିବ । ଯାହାକୁ ନେଇ ସୁପ୍ରିମକୋର୍ଟ ଜବାବ ମାଗିଥିବା ବେଳେ ଏନେଇ ଯୋଜନା ଚାଲିଥିବା ସୁପ୍ରିମକୋର୍ଟରେ ମତ ରଖିଛନ୍ତି ଦିଲ୍ଲୀ ସରକାର ।

କୋର୍ଟ କହିଛନ୍ତି, ବର୍ଷର କିଛି ନିର୍ଦ୍ଦିଷ୍ଟ ସମୟ କିମ୍ବା ଉତ୍ସବ ସମୟରେ ହିଁ କାହିଁକି ବାଣ ବ୍ୟାନ୍ କରାଯାଉଛି, ଯେତେବେଳେ କି ରାଜଧାନୀରେ ଦିଲ୍ଲୀରେ ବର୍ଷ ତମାମ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଛିଡା ରହୁଛି । ଯାହାକୁ ନେଇ ଦିଲ୍ଲୀରେ ବର୍ଷ ସାରା ବାଣ ନିଷେଧ ପ୍ରସଙ୍ଗ ଉପରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୫ ତାରିଖ ଭିତରେ ସରକାର ଏବଂ ପୋଲିସ୍, ଏନେଇ କୋର୍ଟରେ ନିଜର ମତବ୍ୟକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କି, ଆଗାମୀ ଶୁଣାଣିରେ ସେମାନେ ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାକୁ କି କି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଉପରେ ବିବରଣୀ ପ୍ରଦାନ କରନ୍ତୁ ।

ଏଥିସହିତ କୋର୍ଟ କହିଛନ୍ତି, ଦିଲ୍ଲୀର ପରିସ୍ଥିତିକୁ ଦେଖିଲେ ବର୍ଷ ସାରା ବାଣ ନିଷେଧ କରିବା ଉଚିତ୍ । କାରଣ କୌଣସି ବି ଧର୍ମ, ଏମିତି କିଛି ବି ଗତିବିଧିକୁ ପ୍ରୋତ୍ସାହିତ କରିବ ନାହିଁ, ଯାହା ପ୍ରଦୂଷଣ ସୃଷ୍ଟି କରିବ । ଯଦି ଏହିଭଳି ଭାବେ ବାଣ ଫୁଟାଯାଏ, ତେବେ ଏହା ନାଗରିକମାନଙ୍କ ସ୍ବାସ୍ଥର ମୌଳିକ ଅଧିକାର ଉପରେ ମଧ୍ୟ ପ୍ରଭାବ ପଡିବ ।

ତେବେ ଗତ ମାସ ୧୪ ତାରିଖରେ ଦିଲ୍ଲୀ ସରକାର କୋର୍ଟରେ ଏକ ରାଜିନାମା ପୈଠ କରି ଦୀପାବଳୀରେ ବାଣ ନିଷେଧ ନେଇ ସେଥିରେ ଦର୍ଶାଇଥିଲେ । ଯାହାକୁ ନେଇ କୋର୍ଟ ପ୍ରଶ୍ନ କରିଥିଲା କେବଳ ନିର୍ଦ୍ଦିଷ୍ଟ ଉତ୍ସବରେ କାହିଁକି ବର୍ଷ ସାରା କାହିଁକି ନୁହେଁ । ଯାହାକୁ ନେଇ ଦିଲ୍ଲୀ ସରକାର ବିଚାରବିମର୍ଷ କରୁଥିବା କୋର୍ଟଙ୍କୁ କହିଥିଲେ ।

Comments are closed.