Latest Odisha News

BREAKING NEWS

ଫ୍ରିଜ ହୋଇଯାଇଛି କି ଆପଣଙ୍କ ଏନପିଏସ ଆକାଉଣ୍ଟ, କରନ୍ତୁ ଏହି ଉପାୟ

ଭୁବନେଶ୍ୱର: ସରକାରଙ୍କ ଦ୍ୱାରା ଅନେକ ପେନସନ ଯୋଜନା ପରିଚାଳିତ ହେଉଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ନ୍ୟାସନାଲ ପେନସନ୍ ସିଷ୍ଟମ୍ । ଯେକୌଣସି ନାଗରିକ ଏହି ଯୋଜନା ଅଧୀନରେ ବିନିଯୋଗ କରିପାରିବେ। ଏନପିଏସ ବା ନ୍ୟାସନାଲ ପେନସନ ସିଷ୍ଟମ୍ ହେଉଛି ଏକ ଏପରି ଯୋଜନା ଯାହା ବୟସ୍କ ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଥାଏ l ଏଥିରେ ଦୁଇ ପ୍ରକାରର ଆକାଉଣ୍ଟ୍ ଖୋଲାଯାଏ- ଟିୟର୍ 1 ଏବଂ ଟିୟର୍ 2 l ଟିୟର୍ 1 ଅବସର ଆକାଉଣ୍ଟ୍ ହୋଇଥିବାବେଳେ ଟିୟର୍ 2 ହେଉଛି ସ୍ବେଚ୍ଛାକୃତ ଆକାଉଣ୍ଟ୍ l

ତେବେ ଯଦି କୌଣସି ସଦସ୍ୟ ତାଙ୍କ ଆକାଉଣ୍ଟରେ ନିର୍ଦ୍ଦିଷ୍ଟ ସର୍ବନିମ୍ନ ରାଶି ଜମା ନ କରନ୍ତି ତେବେ ତାଙ୍କର ଏନପିଏସ ଆକାଉଣ୍ଟ ଫ୍ରିଜ୍ ହୋଇଯାଏ l ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ପରିମାଣ ଏନପିଏସ ଟିୟର 1 ଏବଂ ଟିୟର 2 ଆକାଉଣ୍ଟରେ ଜମା କରିବାକୁ ପଡିଥାଏ l ଯଦି ଆପଣ ଏହି ରାଶି ଠିକ୍ ସମୟରେ ଜମା ନକରନ୍ତି, ତେବେ ଆପଣଙ୍କର ଆକାଉଣ୍ଟ୍ ଫ୍ରିଜ ହୋଇଯାଏ l ଉଦାହରଣ ସ୍ୱରୂପ, ଟିୟର୍ 1 ଆକାଉଣ୍ଟରେ 500 ଟଙ୍କା ଏବଂ ଟିୟର୍ 2 ଆକାଉଣ୍ଟରେ 1000 ଟଙ୍କା ଜମା କରିବା ଆବଶ୍ୟକ l ତେବେ ଯଦି ଆପଣଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି ତେବେ କିପରି କରିବେ ଏହାର ସମାଧାନ? ଆସନ୍ତୁ ଜାଣିବା …

ଯଦି ଆପଣଙ୍କର ଏନପିଏସ ଆକାଉଣ୍ଟ ଟଙ୍କା ଡିପୋଜିଟ ନ କରିବା ଦ୍ୱାରା ଫ୍ରିଜ୍ ହୋଇଯାଇଛି ତେବେ ଏହାକୁ ପୁନଃ ସକ୍ରିୟ କରିବା ପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡିବ:

  • ସର୍ବପ୍ରଥମେ, ଆପଣଙ୍କୁ UOS-S10-A ନାମକ ଏକ ଫର୍ମ ପୂରଣ କରିବାକୁ ପଡିବ l ଏହି ଫର୍ମ ଡାକଘରରୁ କିମ୍ବା ଆପଣଙ୍କ ଏନପିଏସ ଆକାଉଣ୍ଟ ଚାଲୁଥିବା ସ୍ଥାନରୁ ମିଳିଯିବ l ଏହା ବ୍ୟତୀତ ଆପଣ ଏହାକୁ ଅନଲାଇନରେ ମଧ୍ୟ ଡାଉନଲୋଡ୍ କରିପାରିବେ l
  • ଏହା ପରେ, ଆପଣଙ୍କୁ ଆପଣଙ୍କ ଆକାଉଣ୍ଟରେ ବକେୟା ରାଶି ଜମା କରିବାକୁ ପଡିବ l ଏହା ବ୍ୟତୀତ ଆପଣଙ୍କୁ 100 ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ l
  • ଏହାପରେ ଫର୍ମ ଏବଂ ଦେୟ ରସିଦ ସଂପୃକ୍ତ କାର୍ଯ୍ୟାଳୟରେ ଦାଖଲ କରନ୍ତୁ l ପରେ ଅଧିକାରୀଙ୍କ ଦ୍ୱାରା ଆପଣଙ୍କର ଖାତା ଯାଞ୍ଚ କରନ୍ତୁ l ଯଦି ସମସ୍ତ ତଥ୍ୟ ସଠିକ୍ ଥାଏ ତେବେ ଆପଣଙ୍କ ଆକାଉଣ୍ଟକୁ ପୁନଃ ଆକ୍ଟିଭ କରିଦିଆଯିବ l
  • ତେବେ ଆକାଉଣ୍ଟ ସକ୍ରିୟ ହେବା ପରେ ଆପଣଙ୍କୁ ନିୟମିତ ଭାବରେ ଜମା କରିବାକୁ ପଡିବ l

Comments are closed.