Latest Odisha News

ବଦଲିଲା ‘ସରାଇ କାଲେ ଖାନ୍ ଛକ’ର ନାଁ; ଆଜିଠୁ ‘ବିର୍ସା ମୁଣ୍ଡା ଛକ’

ନୂଆଦିଲ୍ଲୀ: ଦିଲ୍ଲୀ ବାନସେରା ପାର୍କରେ ଉନ୍ମୋଚିତ ହେଲା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି । ଏଥିସହିତ ବଦଳିଲା ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ଏବଂ ବସ୍ ଷ୍ଟାଣ୍ଠର ପରିଚୟ । ଆଜି ଭଗବାନ୍ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ୨୦ ଫୁଟ ଉଚ୍ଚ ଓ ୩ ହଜାର କିଲୋ ଓଜନର ପ୍ରତିମୂର୍ତ୍ତିକୁ ଆଜି ଅନାବରଣ କରାଯାଇଛି । ତେବେ ଏହି ଅବସରରେ ଦିଲ୍ଲୀ ଏଲଜି ବିକେ ସକ୍ସେନା ଏବଂ କେନ୍ଦ୍ରମନ୍ତ୍ରୀ ମନହୋର ଲାଲ ଖଟ୍ଟର ଉପସ୍ଥିତ ଥିଲେ ।

ଏହାକୁ ନେଇ ଅମିତ୍ ଶାହ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡା ଏକ ଛୋଟ ଗାଁରେ ଆଜି ଦିନରେ ହିଁ ଜନ୍ମ ହୋଇଥିଲେ । ଆଜି ତାଙ୍କର ୧୫୦ ତମ ଜନ୍ମ ଦିବସ ।  ଏହି ବର୍ଷକୁ ଆଦିବାସୀ ଗୌରବ ଦିବସ ଭାବରେ ପାଳନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଭୁ ବିର୍ସା ମୁଣ୍ଡା ନିଶ୍ଚିତ ଭାବରେ ସ୍ୱାଧୀନତାର ମହାନ ହିରୋମାନଙ୍କ ମଧ୍ୟରୁ ଜଣେ | ୧୮୫୭ ମସିହାରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରୁଥିବାବେଳେ ସେ ଧାର୍ମିକ ପରିବର୍ତ୍ତନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଯେତେବେଳେ ସମଗ୍ର ଦେଶର ଦୁଇ ତୃତୀୟାଂଶ ବିଶ୍ୱ ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହେୁଥିଲା । ସେହି ସମୟରେ ସେ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଠିଆ ହେବାକୁ ସାହସ ପ୍ରଦର୍ଶନ କରିଥିଲେ ।

ସେପଟେ ଆଜି ପରଠୁ ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ‘ବିର୍ସା ମୁଣ୍ଡା ଛକ’ ଭାବେ ପରିଚିତ ହେବ । ଏଥିସହିତ ଆଦିବାସୀ କାର୍ଯ୍ୟକର୍ତ୍ତାଙ୍କ ଜନ୍ମ ବାର୍ଷିକୀରେ ସରାଇ କାଲେ ଖାନ ବସ୍ ଷ୍ଟାଣ୍ଡର ନାମ ବିର୍ସା ମୁଣ୍ଡା ଚକ୍ ନାମରେ ନାମିତ କରାଯିବ ବୋଲି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏନେଇ ନିଜ ଏକ୍ସରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.